ଡ୍ରଗ୍ସ କାରବାର : ରିଆ ଚକ୍ରବର୍ତ୍ତୀ ଗିରଫ

ମୁମ୍ବାଇ : ଡ୍ରଗ୍ସ କାରବାର ଓ ସେବନ ଅଭିଯୋଗରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଆଜି ସୁଶାନ୍ତ ସିଂ ରାଜପୁତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କୁ ଗିରଫ କରିଛି। ଡ୍ରଗ୍ସ ମାମଲାରେ ଗିରଫ ହୋଇଥିବା ଅନ୍ୟ ଅଭିଯୁକ୍ତଙ୍କ ସହିତ ତାଙ୍କୁ ସେପ୍ଟେମ୍ବର ୯ ତାରିଖରେ କୋର୍ଟରେ ହାଜର କରାଯିବ। ପୂର୍ବରୁ ରିୟାଙ୍କ ଭାଇ ସୌଭିକ, ସାମୁଏଲ ମିରାଣ୍ଡା ଓ ଦିବେଶ ସାଓ୍ଵନ୍ତ ଗିରଫ ହୋଇଛନ୍ତି। ଏନସିବି ଏ ସମସ୍ତ ଅଭିଯୁକ୍ତଙ୍କୁ ଅଧିକ ପଚରାଉଚରା କରିବା ପାଇଁ ରିମାଣ୍ଡରେ ଆଣିବା ସହିତ ଏକାଠି ବସାଇ ଜେରା କରିବାର ସମ୍ଭାବନା ରହିଛି।

ମତାମତ ଦିଅନ୍ତୁ ।