ଡ୍ରଗ୍ସ କିଣିବା ବେଳେ ଧରାପଡ଼ିଲେ ଅଭିନେତ୍ରୀ

ମୁମ୍ବାଇ : ଡ୍ରଗ୍ସ କିଣିବା ବେଳେ ନାର୍କୋଟିକ୍ ବ୍ୟୁରୋ କଣ୍ଟ୍ରୋଲ୍ ବା ଏନସିବି ହାତରେ ଟିଭି ଅଭିନେତ୍ରୀ ପ୍ରୀତିକା ଚୌହାନ ଧରାପଡ଼ିଛନ୍ତି। ତାଙ୍କ ଠାରୁ ଗଞ୍ଜେଇ ମଧ୍ୟ ଜବତ ହୋଇଥିବା ଜଣାପଡ଼ିଛି। ଏହି ମାମାଲରେ ମୁମ୍ବାଇର ବର୍ସୋଭା ସହରର ଫୈସଲ ନାମଙ୍କ ଜଣେ ବ୍ୟକ୍ତିକୁ ଗିରଫ କରାଯାଇଛି। ପ୍ରୀତିକା ଓ ଫୈଜଲଙ୍କ ପକ୍ଷରୁ ୯୯ ଗ୍ରାମର ଗଞ୍ଜେଇ ଜବତ ହୋଇଛି।

ଏନସିବି ପକ୍ଷରୁ ଆଜି ମୁମ୍ୱାଇର ଆନ୍ଧେରି ସମେତ ଚାରୋଟି ଅନ୍ୟ ସ୍ଥାନରେ ଚଢ଼ଉ କରଯାଇଥିଲା। ଏହି ସମୟରେ ପ୍ରୀତିକା ହାତରେ ଡ୍ରଗ୍ସ ଧରିଥିବାରୁ ତାଙ୍କୁ ଗିରଫ କରାଯାଇଛି। ପ୍ରୀତିକା ଚୌହ୍ୱାନ ‘ସାବଧାନ ଇଣ୍ଡିଆ’, ‘ସିଆଇଡି’ ଓ ‘ଦେବୋଁ କେ ଦେବ ମହାଦେବ’ ଭଳି ଲୋକପ୍ରିୟ ସିରିଏଲରେ କାମ କରିଛନ୍ତି।

ମତାମତ ଦିଅନ୍ତୁ ।