ଡ୍ରଗସ୍ କିଣିବା ପାଇଁ ନାବାଳକକୁ ମାରିଦେଲେ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ଵରରେ ନିଶାଡି ଏକ ଅଭାବନୀୟ ଘଟଣା ଘଟାଇଛନ୍ତି। ଡ୍ରଗସ୍ କିଣିବାକୁ ଭରତପୁର ଅଞ୍ଚଳର ନବମ ଶ୍ରେଣୀ ଛାତ୍ର ବର୍ଷୀୟ ଅଶ୍ଵିନୀ ପାଢୀଙ୍କ ଠାରୁ ଟଙ୍କା ଛଡ଼ାଇବାକୁ ଉଦ୍ୟମ କରି ବିଫଳ ହେବାରୁ ମରଣାନ୍ତକ ଆକ୍ରମଣ କରିଥିଲେ। ୬ ଦିନ କାଳ ମୃତ୍ୟୁ ସଂଗ୍ରାମ କରୁଥିବା ପିଲାଟିର ଗତକାଲି ମୃତ୍ୟୁ ଘଟିଛି। ପୋଲିସ ୪ ଜଣଙ୍କୁ ଗିରଫ କରିଥିବା ବେଳେ ଏହି ଘଟଣାରେ ୮ରୁ ୧୦ଜଣ ସାମିଲ ଥିବା ସୂଚନା ଦେଇଛି।

ମତାମତ ଦିଅନ୍ତୁ ।