ଡ୍ରଗ୍ସ ଲିଙ୍କ : ତିନି ସେଲିବ୍ରେଟିଙ୍କ ନାଁ କହିଛନ୍ତି ରିଆ

ମୁମ୍ୱାଇ : ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ସିବିଆଇ ତଦନ୍ତ କରୁଛି। ଏହି ଘଟଣାର ଖୋଲତାଡ କରିବା ବେଳେ ଡ୍ରଗ୍ସ ଲିଙ୍କ ସାମ୍ନାକୁ ଆସିବାରୁ ନାର୍କୋଟିକ୍ କଣ୍ଟ୍ରୋଲ ବ୍ୟୁରୋ ଡ୍ରଗ୍ସ ବା ଏନସିବି ତଦନ୍ତ କରିବା ପରେ ସୁଶାନ୍ତଙ୍କ ବାନ୍ଧବୀ ରିଆ ଚକ୍ରବର୍ତ୍ତୀ ଡ୍ରଗ୍ସ ବ୍ୟବସାୟ କରୁଥିବା ପ୍ରମାଣ ପାଇଛି। ଜେରା ସମୟରେ ରିଆ କହିଛି ବଲିଉଡର ୮୦ ପ୍ରତିଶତ ବ୍ୟକ୍ତିଙ୍କର ଡ୍ରଗ୍ସ ଧନ୍ଦାରେ ସମ୍ପୃକ୍ତି ରହିଛି।

ରିଆ ଚକ୍ରବର୍ତ୍ତୀ ଯେଉଁ ମାନଙ୍କ ନେଇଛନ୍ତି ସେମାନକ ମଧ୍ୟରେ ରହିଛନ୍ତି ଅଭିନେତ୍ରୀ। ସେମାନେ ହେଲେ ସାରା ଅଲ୍ଲୀ ଖାନ୍, ରକୁଲ ପ୍ରୀତ ସିଂହ ଓ ସିମୋନ୍ ଖୋମ୍ୱାଟା। ଜାତୀୟ ନ୍ୟୁଜ ଚ୍ୟାନେଲରେ ଏହି ଖବର ପ୍ରକାଶ ପାଇଛି। ଖୁବଶୀଘ୍ର ଅନ୍ୟମାନଙ୍କ ନାଁ ସାମ୍ନାକୁ ଆସିବ। କାରଣ ଏନସିବି ବଲିଉଡର ୨୫ ଜଣଙ୍କ ତାଲିକା ପ୍ରସ୍ତୁତ କରିଥିବା ଜଣାପଡ଼ିଛି।

ମତାମତ ଦିଅନ୍ତୁ ।