ଡ୍ରଗ୍ସ ଲିଙ୍କରେ ଅଭିନେତ୍ରୀ ଦୀୟା ମିର୍ଜା

ମୁମ୍ବାଇ : ଡ୍ରଗ୍ସ ଡ୍ରଗ୍ସ ଲିଙ୍କରେ ଏବେ ଛନ୍ଦି ହୋଇଛି ବଲିଉଡର। ଏହି ମାମଲାରେ ନିର୍ଦ୍ଦେଶକ, ଅଭିନେତା ଓ ଅଭିନେତ୍ରୀଙ୍କ ନାମ ସାମ୍ନାକୁ ଆସୁଛି। ଅଭିନେତ୍ରୀ ଦୀପିକା ପାଦୁକନଙ୍କ ପରେ ଏନସିବି ତାଲିକାରେ ରହିଛି ଦୀୟା ମିର୍ଜାଙ୍କ ନାମ। ତାଙ୍କୁ ଜେରା ପାଇଁ ଡକାଯାଇପାରେ ବୋଲି କୁହାଯାଉଛି।

ମଙ୍ଗଳବାର ଡ୍ରଗ୍ସ ଲିଙ୍କର ଯାଞ୍ଚ ସମୟରେ ଏନସିବି ୪୦ ବର୍ଷୀୟ ଦୀୟାଙ୍କ ବିଷୟରେ ଜାଣିବାକୁ ପାଇଛି। ପୂର୍ବରୁ ଏହି କେସ୍‌ରେ ସାରା ଅଲି ଖାନ, ଦୀପିକା ପାଦୁକନ, ଶ୍ରଦ୍ଧା କପୁର ଓ ନମ୍ରତା ଶିରୋଡକରଙ୍କ ପରେ ଏବେ ଯୋଡିହୋଇଛି ଦୀୟାଙ୍କ ନାମ। ଏନସିବି ତାଙ୍କୁ ପଚରାଉଚୁରା ପାଇଁ ନୋଟିସ୍ ଜାରି କରିବ ବୋଲି ଚର୍ଚ୍ଚା ହେଉଛି।

ସୂତ୍ର ଅନୁଯାୟୀ ଗିରଫ ହୋଇଥିବା ଡ୍ରଗ୍ସ ମାଫିଆ ଅନୁଜ କେଶଓ୍ଵାନୀ ଓ ଅଙ୍କୁଶଙ୍କୁ ଜେରା ବେଳେ ସେମାନେ ଦୀୟାଙ୍କ ନାମ ପ୍ରକାଶ କରିଛନ୍ତି। ଦୀୟାଙ୍କ ମ୍ୟାନେଜର ଡ୍ରଗ୍ସ ତାଙ୍କ ପର୍ଯ୍ୟନ୍ତ ପହଞ୍ଚାଉଥିଲେ। ୨୦୧୯ରେ ଦୀୟାଙ୍କ ପାଇଁ କିଣାଯାଇଥିବା ଡ୍ରଗ୍ସର ବଳିଷ୍ଠ ପ୍ରମାଣ ଏନସିବି ହାତରେ ଲାଗିଛି। ତାଙ୍କ ମ୍ୟାନେଜର ଡ୍ରଗ୍ସ ମାଫିଆଙ୍କ ସହ ଦୁଇ ଥର ମିଟିଂ କରିଥିବା ଜଣା ପଡିଛି। ଆଗକୁ ପ୍ରଥମେ ଅଭିନେତ୍ରୀଙ୍କ ମ୍ୟାନେଜର ଓ ଦୀୟାଙ୍କୁ ଜେରାର ସମ୍ମୁଖୀନ ହେବାକୁ ପଡିବ।

ମତାମତ ଦିଅନ୍ତୁ ।