ଡଗ୍ସ ଲିଙ୍କ୍ : ରବିନା କହିଲେ ସଫେଇ ସମୟ ଆସିଗଲା

ମୁମ୍ବାଇ : ଡ୍ରଗ୍ସକୁ ନେଇ ନାର୍‌କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ (ଏନ୍‌ସିବି) ଖୋଳଟାଡ ଜାରି ରଖିଛି। ଅନେକ ବଡ଼ ଷ୍ଟାରଙ୍କ ଡ୍ରଗ୍ସ ଲିଙ୍କ୍ ସାମ୍ନାକୁ ଆସୁଛି। ଏହିଭଳି ସମୟରେ ମୁହଁ ଖୋଲିଛନ୍ତି ବଲିଉଡ ଅଭିନେତ୍ରୀ ରବୀନା ଟଣ୍ଡନ। ସେ କହିଛନ୍ତି ଦୋଷୀକୁ ଦଣ୍ଡ ମିଳିବା ଦରକାର।

ରବୀନା ଟ୍ଵିଟ୍ କରି ଲେଖିଛନ୍ତି ‘ଏବେ ସଫେଇ ସମୟ ଆସିଗଲା। ସ୍ଵାଗତ କରୁଛି। ଆଗାମୀ ଜେନେରେସନକୁ ଏଥିରୁ ସାହାଯ୍ୟ ମିଳିବ। ଏଇଠୁ ଆରମ୍ଭ ହେଲା। ଏହା ପରେ ଅନ୍ୟ କ୍ଷେତ୍ରରେ ମଧ୍ୟ ଆଗକୁ ବଢ଼ନ୍ତୁ। ମୂଳରୁ ଓପାଡି ଏହାକୁ ଫିଙ୍ଗାଯାଉ। ଦୋଷୀ, ୟୁଜର୍ସ, ଡିଲର୍ସ, ସପ୍ଲାୟର୍ସଙ୍କୁ ଦଣ୍ଡ ମିଳୁ। ଫାଇଦା ଉଠାଉଥିବା ବଡ଼ ଲୋକ ଟାର୍ଗେଟରେ ଅଛନ୍ତି। ଯେଉଁମାନେ ଅନ୍ୟକୁ ଦେଖନ୍ତି ନାହିଁ, ମାତ୍ର ସେମାନଙ୍କ ଜୀବନ ନଷ୍ଟ କରି ଦିଅନ୍ତି। ତେବେ ରବୀନାଙ୍କ ଏହି ପୋଷ୍ଟ ନା କାହା ସପକ୍ଷରେ ଅଛି ନା କାହା ବିରୋଧରେ। ସେ ନ୍ୟୁଟ୍ରାଲ ରହି ମାମଲା ଉପରେ ନିଜ ପ୍ରତିକ୍ରିୟା ରଖିଛନ୍ତି।

ମତାମତ ଦିଅନ୍ତୁ ।