ଡ୍ରାଇଭ୍-ଇନ୍ ଟିକାକରଣ ବନ୍ଦ ନିଷ୍ପତ୍ତି

ଭୁବନେଶ୍ୱର : ରାଜ୍ୟରେ ଡ୍ରାଇଭ୍-ଇନ୍ ଟିକାକରଣ ବନ୍ଦ ପାଇଁ ଆଜି ସ୍ୱାସ୍ଥ୍ୟ ବିଭାଗର ଏସିଏସ୍ ରାଜ୍ୟର ସମସ୍ତ ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିସନରଙ୍କୁ ଚିଠି ଲେଖି ଜଣାଇଛନ୍ତି।

ଲେଖାଯାଇଥିବା ଚିଠି ଅନୁଯାୟୀ ଏହି ଡ୍ରାଇଭ୍-ଇନ୍ ଟିକାକରଣ କୋଭିଡ୍ ଟିକାକରଣ ନିୟମ ଉଲ୍ଲଘଂନ କରୁଥିବାରୁ ଏହାକୁ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି। ନିୟମ ହେଲା କୋଭିଡ୍ ଟିକାକରଣ ସମୟରେ ପଯ୍ୟାପ୍ତ ଜାଗା, ଭ୍ୟାକ୍ସିନେସନ ରୁମ୍ ଓ ଅପେକ୍ଷା ପାଇଁ ସ୍ୱତନ୍ତ୍ର କକ୍ଷ ରହିବା ଆବଶ୍ୟକ। କିନ୍ତୁ ଡ୍ରାଇଭ୍-ଇନ୍ ଭ୍ୟାକ୍ସିନେସନ ଏହି ନିୟମର ଉଲ୍ଲଘଂନ ହେଉଛି। କିଛି ସ୍ଥାନରେ ଲୋକମାନେ ଅଧ ଘଣ୍ଟା ପାଇଁ ଅପେକ୍ଷା ନକରି ଚାଲି ଯାଉଥିବା ଦେଖିବାକୁ ମିଳୁଥିବାରୁ ସ୍ୱାସ୍ଥ୍ୟ ବିଭାଗ ଡ୍ରାଇଭ୍-ଇନ୍ ଟିକାକରଣକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି।

Leave a Reply

Your email address will not be published. Required fields are marked *

Back to top button