ଡ୍ରପ୍ ବକ୍ସ ଜରିଆରେ ହାଇକୋର୍ଟରେ ଦାଖଲ କରିହେବ ମାମଲା

କଟକ : ଏଣିକି ଡ୍ରପ ବକ୍ସ ଜରିଆରେ ଲୋକମାନେ ଅତି ଗୁରୁତ୍ତ୍ଵପୂର୍ଣ୍ଣ ମାମଲା ହାଇକୋର୍ଟରେ ମାମଲା ଦାଖଲ କରିପାରିବେ। ମାମଲାଟି କାହିଁକି ଗୁରୁତ୍ତ୍ଵପୂର୍ଣ୍ଣ ସେ ସମ୍ପର୍କରେ ଆବେଦନକାରୀଙ୍କୁ ଏକ ମେମୋ ପିଟିସନ କପି ସହିତ ଡ୍ରପ ବକ୍ସରେ ଦେବାକୁ ପଡିବ। କୋଭିଡ୍ କଟକଣା ସମୟରେ ମାମଲା ଦାଏର କରାଯାଇ ବୋଲି ରେଜିଷ୍ଟ୍ରାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। କିନ୍ତୁ ଡ୍ରପ ବକ୍ସ ଜରିଆରେ ପିଟିସନ ଦାଖଲ ବେଳେ ସାମାଜିକ ଦୂରତା ଓ ମାସ୍କ ପିନ୍ଧିବାକୁ ପଡିବ ବୋଲି କୁହାଯାଇଛି।

ଅନ୍ୟପକ୍ଷରେ କୋଭିଡ୍ କଟକଣା ଯୋଗୁଁ ଇ-ଫାଇଲିଂ ପୋର୍ଟାଲ ଜରିଆରେ ହାଇକୋର୍ଟରେ ମାମଲା ଦାଖଲ କରିବାର ବ୍ୟବସ୍ଥା ପୂର୍ବରୁ ରହିଛି। ଇ-ଫାଇଲିଂରେ କୌଣସି ବୈଷୟିକ ଅସୁବିଧା ହେଲେ ଆବେଦନକାରୀମାନେ ଆଇନଜୀବୀ ଅଶୋକ ମଲ୍ଲିକଙ୍କୁ ୯୪୩୭୮୭୦୮୭୩, ଆଇନଜୀବୀ ସୁଜିତ ରଂଜନ ସାହୁଙ୍କୁ ୬୩୭୧୧୮୫୫୬୯, ଶୁଭ ରଂଜନ ମନ୍ତ୍ରୀଙ୍କୁ ୯୭୭୮୨୬୦୩୧୮ ଓ ଆଇନଜୀବୀ ଆଶୀଷ କୁମାରଙ୍କୁ ୬୨୦୧୨୨୭୬୦୦ ନମ୍ବରରେ ଯୋଗାଯୋଗ କରିପାରିବେ ବୋଲି ହାଇକୋର୍ଟ ପକ୍ଷରୁ ସୂଚନା ଦିଆଯାଇଛି।

  ସ୍କୁଲ ଫି : ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ସରକାର ନେଲେ ନିଷ୍ପତ୍ତି

ସେହିପରି ଇ-ମେଲ୍ ଯୋଗେ ଲୋକମାନେ efiling.od-hc@gov.in ମେଲ୍ ଆଇଡିରେ ପିଡିଏଫ୍ ଫର୍ମାଟରେ ମାମଲା ଦାଏର କରିପାରିବେ। ଇ-ମେଲ୍ ଯୋଗେ ମାମଲା ଦାଖଲ କରିବାରେ କୌଣସି ଅସୁବିଧା ହେଲେ ଆଇନଜୀବୀ ପ୍ରଭାକର ବେହେରାଙ୍କୁ ୭୦୦୮୧୭୧୧୪ ନମ୍ବରରେ ଓ ସୁବାଷ ଚନ୍ଦ୍ର ସରଙ୍କୁ ୮୭୬୩୬୪୪୦୨୨ ନମ୍ବରରେ ଯୋଗାଯୋଗ କରିବା ପାଇଁ ହାଇକୋର୍ଟଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି।

ମତାମତ ଦିଅନ୍ତୁ ।