ଡ୍ରେନରୁ ଉଦ୍ଧାର ହେଲା ହାତୀଛୁଆ

ଢେଙ୍କାନାଳ : ଡ୍ରେନରେ ଫସିଥିବା ଏକ ହାତୀ ଛୁଆକୁ ଆଜି ଉଦ୍ଧାର କରାଯାଇଛି। ଛୁଆଟିକୁ ଉଦ୍ଧାର କରିବା ପାଇଁ ଅନ୍ୟ ଦୁଇଟି ହାତୀ ଚେଷ୍ଟା କରି ବିଫଳ ହୋଇଥିଲେ। ଖବର ପାଇ ବନ କର୍ମଚାରୀ ପହଞ୍ଚି ହାତୀ ଛୁଆକୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପରେ ସେ ନିଜ ପଲ ସହ ଜଙ୍ଗଲକୁ ଚାଲି ଯାଇଥିଲା।

ଖବର ଅନୁଯାୟୀ ସୋମବାର ସକାଳେ ୨୧ଟି ହାତୀଥିବା ଏକ ପଲ ଢେଙ୍କାନାଳ ସଦର ରେଞ୍ଜ ଅନ୍ତର୍ଗତ ଗଦାଶିଳା ସେକସନ ଗୁଣୁଦେଇ ଗାଁ ଅତିକ୍ରମ କରୁଥିଲେ। ଏହି ସମୟରେ ଛୁଆଟି ଡ୍ରେନ ଭିତରେ ପଡିଯାଇଥିଲା। ଦୁଇଟି ହାତୀ ବହୁ ଉଦ୍ଧାର ପାଇଁ ଚେଷ୍ଟା କରିଥିଲେ ହେଁ ସଫଳ ହୋଇପାରି ନ ଥିଲେ। ଗଦାଶିଳା ଫରେଷ୍ଟ ସେକ୍ସନ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଡ୍ରେନରେ ବାଲିବସ୍ତା ପକାଇ ହାତୀ ଛୁଆକୁ ଉଦ୍ଧାର କରିଥିଲେ।

ମତାମତ ଦିଅନ୍ତୁ ।