ଡ୍ରୋନ୍ କ୍ୟାମେରାରେ ମାଓବାଦୀଙ୍କ ଗତିବିଧି

ମାଲକାନଗିରି : ଡ୍ରୋନ୍ କ୍ୟାମେରାରେ ମାଓବାଦୀଙ୍କ ଗତିବିଧିର ଦୃଶ୍ୟ କଏଦ ହୋଇଛି। ମାଲକାନଗିରି ସୀମାନ୍ତ ଛତିଶଗଡ଼ ସୁକମା ଜିଲ୍ଲାରେ ମାଓବାଦୀଙ୍କ ନିର୍ଦ୍ଦେଶରେ ଶହ ଶହ ଗ୍ରାମବାସୀ ରାସ୍ତା କାଟିବାକୁ ଯାଉଥିବା ଚିତ୍ର ଦେଖିବାକୁ ମିଳିଛି। ଏହା କିସ୍ତରାମ ପୋଲିସ ଷ୍ଟେସନ ପାଲୋଡି ଅଞ୍ଚଳର ବୋଲି ଜଣାପଡିଛି। ଖବର ଅନୁଯାୟୀ ପାଲୋଡି ଜଙ୍ଗଲରେ ନାଳପାରି ହେଉଥିବା ବେଳେ ସୁରକ୍ଷା ବଳ ପକ୍ଷରୁ ଡ୍ରୋନ ଉଡାଯାଇଥିଲା। ଗାଁ ଲୋକମାନେ ଜାତୀୟ ରାଜପଥକୁ କାଟି ରାସ୍ତା ଅବରୋଧ କରିବାକୁ ଯାଉଥିବା କୁହାଯାଉଛି। ମାଓବାଦୀମାନଙ୍କ ସହ ନିରୀହ ଗ୍ରାମବାସୀ ଥିବାର ସେମାନଙ୍କ ଉପରେ ଆକ୍ରମଣ କରିବା ସମ୍ଭବ ହୋଇନଥିବା ସୁକମା ଏସପି ଶାଲାବ ସିହ୍ନା କହିଛନ୍ତି। ତେବେ ସେ କହିଛନ୍ତି ପୋଲିସ୍ ପକ୍ଷରୁ ମାଓବାଦୀମାନଙ୍କ ଗତବିଧି ଉପରେ କଡ଼ା ନଜର ରଖାଯାଇଛି।

ମତାମତ ଦିଅନ୍ତୁ ।