ଡ୍ରୋନ୍ ଉଡାଇବାକୁ ଆବଶ୍ୟକ ପଡିବ ଅନୁମତି

ନୂଆଦିଲ୍ଲୀ : ଏଣିକି ଇଚ୍ଛା ଅନୁସାରେ ଡ୍ରୋନ୍ ଉଡାଯାଇ ପାରିବ ନାହିଁ। ଏଥିପାଇଁ ଆବଶ୍ୟକ ହେବ ଅନୁମତି। ଏନେଇ ଭାରତ ସରକାର ଗାଇଡଲାଇନ୍ ଜାରି କରିଛନ୍ତି। ନୂଆ ନିୟମ ଅନୁଯାୟୀ ବିନା ଅନୁମତିରେ ଡ୍ରୋନ ଉଡାଇଲେ କାର୍ଯ୍ୟାନୁଷ୍ଠାନ ହେବ।

ଭାରତ ସରକାର ଶୁକ୍ରବାର ଡ୍ରୋନ ପାଇଁ ଲାଗୁ କରିଛନ୍ତି ନୂଆ ନିୟମ। କେବଳ ରିମୋଟ ପାଇଲଟ୍ ଦ୍ଵାରା ଉଡାଯାଇ ପାରୁଥିବା ୨୫୦ ଗ୍ରାମରୁ ଅଧିକ ଓଜନର ଡ୍ରୋନ ଉଡାଇବା ପାଇଁ ଡାଇରେକ୍ଟର ଜେନେରାଲ୍ ଅଫ୍ ସିଭିଲ ଆଭିଏସନ୍ (ଡିଜିସିଏ)ଙ୍କର ଅନୁମତି ଆବଶ୍ୟକ।

ଖବର ଅନୁଯାୟୀ ମାନବ ବିହୀନ ବିମାନ ପ୍ରଣାଳୀ ନିୟମ-୨୦୨୧ ଅନୁସାରେ ଡ୍ରୋନକୁ ବ୍ୟକ୍ତିଗତ, ବ୍ୟବସାୟ ସହିତ ରିସର୍ଚ୍ଚ, ଟେଷ୍ଟିଂ, ପ୍ରଡକ୍ସନ, ଫଟୋଗ୍ରାଫି ଓ ସୁରକ୍ଷା ପାଇଁ ବ୍ୟବହାର କରିହେବ। କିନ୍ତୁ ନୂଆ ନିୟମରେ ନାନୋ କାଟାଗୋରି ଅର୍ଥାତ ୨୫୦ ଗ୍ରାମରୁ କମ୍ ଓଜନର ଡ୍ରୋନ୍ ଲାଗି ଅନୁମତି ନେବାକୁ ପଡିବ। ନାନୋ ଡ୍ରୋନ୍ ଗତି ଅତିବେଶୀରେ ପ୍ରତି ସେକେଣ୍ଡ ୧୫ ମିଟର ଓ ଅତିବେଶୀରେ ପ୍ରତି ସେକେଣ୍ଡ ୧୦୦ ମିଟର ଏବଂ ରିମୋଟ ପାଇଲଟରୁ ଉଡାଯାଇ ପାରୁଥିବା ମାଇକ୍ରୋ ଡ୍ରୋନ ଟେକ୍ ଅଫ୍ ପୂର୍ବରୁ ଅନୁମତି ଦରକାର। ମାଇକ୍ରୋ ଡ୍ରୋନ ସାଧାରଣତଃ ୨୫୦ ଗ୍ରାମରୁ ଅଧିକ ଓ ଦୁଇ କିଲୋଗ୍ରାମରୁ କମ୍‌ରେ ବର୍ଗୀକୃତ କରାଯାଇଛି। ଏଥିସହ ଡ୍ରୋନର ଅନଧିକୃତ ଆମଦାନୀ, କିଣା-ବିକା କିମ୍ବା ଲିଜ୍ ଦେଲେ ଜରିମାନା ଓ ଦଣ୍ଡ। ଯେଉଁ ବ୍ୟକ୍ତି ଡ୍ରୋନ୍ ଉଡାଉଛନ୍ତି ତାଙ୍କର ରିମୋଟ ପାଇଲଟ୍ ଲାଇସେନ୍ସ ନଥିଲେ ତାହାକୁ ଅପରାଧ ଭାବେ ବିବେଚନା କରାଯିବ।

Leave a Reply

Your email address will not be published. Required fields are marked *

Back to top button