Breaking Newsରାଜ୍ୟ
ଦୁଇ ବିଧାୟକ ଓ କୋଭିଡ୍ ଯୋଦ୍ଧାଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର : କରୋନା ସଂକ୍ରମିତ ହୋଇଥିବା ରାଜ୍ୟର ବିଧାୟକ ଓ କୋଭିଡ୍ ଯୋଦ୍ଧାଙ୍କ ସହିତ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟେଲିଫୋନ୍ ଯୋଗେ କଥା ହୋଇଛନ୍ତି। ଏହି ଅବସରରେ ସେ ସେମାନଙ୍କ ସ୍ଵାସ୍ଥ୍ୟ ସଂପର୍କରେ ପଚାରି ବୁଝିଛନ୍ତି।
କରୋନାରେ ଆକ୍ରାନ୍ତ ହୋଇଥିବା ନୀଳଗିରି ଓ ସାଲେପୁର ବିଧାୟକଙ୍କ ସହ ମୁଖ୍ୟମନ୍ତ୍ରୀ ଶନିବାର ଦିନ କଥା ହୋଇ ସେମାନଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ। ଏଥିସହ ରାଜ୍ୟର ବିଭିନ୍ନ କୋଭିଡ୍ ହସ୍ପିଟାଲ୍ରେ ଚିକିତ୍ସିତ ହୋଇଥିବା କୋଭିଡ୍ ଯୋଦ୍ଧାଙ୍କ ସହ କଥା ହୋଇସେମାନଙ୍କ ସ୍ଵାସ୍ଥ୍ୟାବସ୍ଥା ସଂପର୍କରେ ଅବଗତ ହେବା ସହ ସୁସ୍ଥତା କାମନା କରିଥିଲେ।