ଦୁଇ ଲସ୍କର ଆତଙ୍କବାଦୀ ନିହତ

ଶ୍ରୀନଗର : ଜମ୍ମୁ-କଶ୍ମୀର ରାଜଧାନୀ ଶ୍ରୀନଗର ନିକଟସ୍ଥ ବାନବିରଗଡ଼ ନିକଟରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଲସ୍କର ଆତଙ୍କବାଦୀ ସଂଗଠନର ଦୁଇଜଣ ନିହତ ହୋଇଛି। ଖବର ଅନୁଯାୟୀ ବାନବିରଗଡ଼ ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବା ଖବର ମିଳିଥିବା ପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଥିଲା। ସୁରକ୍ଷାକର୍ମୀଙ୍କୁ ଦେଖି ଆତଙ୍କବାଦୀ ଗୁଳି ଚାଳନା କରିବାରୁ ସୁରକ୍ଷାକର୍ମୀ ଦେଇଥିଲେ ପାଲଟା ଜବାବ। ଏଥିରେ ଦୁଇ ଆତଙ୍କୀ ନିହତ ହୋଇଛନ୍ତି।

ମତାମତ ଦିଅନ୍ତୁ ।