ଦୁଇ ମୋବାଇଲ ଲୁଟେରା ଗିରଫ

ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ଘସିପୁରା ପୋଲିସ ଦୁଇଜଣ ମୋବାଇଲ ଲୁଟେରାଙ୍କୁ ଗିରଫ୍‌ କରିଛି। ସେମାନଙ୍କ ନିକଟରୁ ଜବତ ହୋଇଛି ୪୦ଟି ଦାମୀ ମୋବାଇଲ ସମେତ ବାଇକ ଓ ମାରଣାସ୍ତ୍ର। ଏହି ଅଭିଯୁକ୍ତମାନେ ହେଲେ ଯାଜପୁର ଜିଲ୍ଲା କୋରେଇ ଅଞ୍ଚଳର ତାରିଣୀ ଦାସ ଓ ରାଜକୁମାର ଦାସ। ଏ ଦୁଇଜଣ ଟାର୍ଗେଟରେ ରହୁଥିଲା ଦାମୀ ମୋବାଇଲ। ରାସ୍ତାରେ କଥା ହୋଇଯାଉଥିବା ଲୋକଙ୍କଠାରୁ ସୁଯୋଗ ଦେଖି ଲୁଟ କରୁଥିଲେ ବୋଲି ପୋଲିସ କହିଛି।

ମତାମତ ଦିଅନ୍ତୁ ।