ଦୁଇ ମୁଣ୍ଡ ଓ ତିନିହାତ ଥିବା ଶିଶୁକନ୍ୟା ଜନ୍ମ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ାର ସୂର୍ଯ୍ୟ ନର୍ସିଂହୋମରେ ଜନ୍ମ ନେଇଛି ଅଦ୍ଭୁତ ଶିଶୁ କନ୍ୟା। ଶିଶୁ କନ୍ୟାର ଦୁଇଟି ମୁଣ୍ଡ, ୩ଟି ହାତ, ୪ଟି ଆଖି ଓ ୪ଟି କାନ ରହିଥିବା ଜଣାପଡିଛି।

ଖବର ଅନୁଯାୟୀ ରବିବାର ଜନ୍ମ ନେଇଥିବା ଶିଶୁକନ୍ୟାର ଛାତି ଓ ପେଟ ଗୋଟିଏ। ଦୁଇଟି ଗୋଡ଼ ରହିଥିବା ବେଳେ ପିଟି ପଟକୁ ଗୋଟିଏ ହାତ ଦେଖିବାକୁ ମିଳିଛି। ରାଜନଗର ଥାନା ଅନ୍ତର୍ଗତ କଣୀ ଗାଁର ଉମାକାନ୍ତ ପରିଡାଙ୍କ ସ୍ପତ୍ନୀ ଅମ୍ବିକା ଏହି ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି। ଉମାକାନ୍ତଙ୍କର ଏହା ଦ୍ଵିତୀୟ ସନ୍ତାନ ହୋଇଥିବା ବେଳେ ଡାକ୍ତରମାନେ ଶିଶୁଟିକୁ କଟକ ଶିଶୁ ଭବନକୁ ପଠାଇ ଦେଇଛନ୍ତି।

Leave a Reply

Your email address will not be published. Required fields are marked *

Back to top button