ଦୁଇ ପୋଲିସ ଉପରେ ଗାଡ଼ି ଚଢ଼ାଇଦେଲେ ଯୁବକ

ୱାଶିଂଟନ : ଆମେରିକାର ରାଜଧାନୀ ୱାଶିଂଟନ୍ ଡିସିରେ ଜଣେ ସନ୍ଦିଗ୍ଧ ବ୍ୟକ୍ତି ଦୁଇ ପୋଲିସଙ୍କୁ କାର୍ ଧକ୍କା ଦେଇଛି। ଡିସି ସମ୍ମୁଖରେ ବାରିକେଡ ନିକଟରେ ଏହି ଘଟଣା ଘଟାଇବା ପରେ ସେହି ବ୍ୟକ୍ତି ଜଣଙ୍କ ଗାଡ଼ିରୁ ବାହାରି ଦୁଇ ପୋଲିସ କର୍ମୀଙ୍କୁ ଛୁରୀରେ ଆକ୍ରମଣ କରିବାରୁ ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ପୋଲିସ ଗୁଳିରେ ସମ୍ପୃକ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି।
ଶୁକ୍ରବାର ଏହି ଘଟଣା ପରେ ବାହ୍ୟଶତ୍ରୁମାନଙ୍କ ଆକ୍ରମଣ ଆଶଙ୍କାରେ କ୍ୟାପିଟଲକୁ ସଂଯୋଗ କରୁଥିବା କିଛି ରାସ୍ତାକୁ ବନ୍ଦ କରି ଦିଆଯାଇଥିଲା। ତେବେ କାହିଁକି କ୍ୟାପିଟଲ କମ୍ପ୍ଲେକ୍ସ ଉପରେ ସେହି ବ୍ୟକ୍ତି ଆକ୍ରମଣ କଲେ ତାହା ସ୍ପଷ୍ଟ ହୋଇନି। ଏହା ଆତଙ୍କବାଦୀ କାର୍ଯ୍ୟକଳାପ ନୁହେଁ ବୋଲି ପୋଲିସ ପକ୍ଷରୁ କୁହାଯାଇଥିବା ବେଳେ ଘଟଣାର ତଦନ୍ତ ଚାଲିଛି। ଆମେରିକା ସୁରକ୍ଷା ଅଧିକାରୀ ସନ୍ଦିଗ୍ଧ କାର୍ ଡ୍ରାଇଭରଙ୍କୁ ଚିହ୍ନଟ କରିଛି। ତାଙ୍କ ନାଁ ନୋଆ ଗ୍ରୀନ। ସେ ଯୁକ୍ତରାଷ୍ଟ୍ର ଆମେରିକାର ଇଣ୍ଡିଆନା ଅଞ୍ଚଳର ବୋଲି ଜଣାପଡ଼ିଛି।