ଦୁଇ ପୁଅ ମା‘କୁ ପିଟି ପିଟି ମାରି ଦେଲେ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ଵର ଏୟାରଫିଲ୍ଡ ଥାନା ଅଞ୍ଚଳରେ ଘଟିଛି ଚାଞ୍ଚଲ୍ୟକର ଘଟଣା। ଦୁଇ ପୁଅ ଲୁହା ରଡ୍‌ରେ ମା’କୁ ପିଟିପିଟି ହତ୍ୟା କରିଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ଦୁଇ ନାବାଳକ ଭାଇଙ୍କୁ ଅଟକ ରଖିଛି।

ଖବର ଅନୁଯାୟୀ ଘରୋଇ କଳିରୁ ଏହି ହତ୍ୟାକାଣ୍ଡ ଘଟିଛି। ମୃତ ମହିଳାଙ୍କ ନାମ ବିନୋଦିନୀ ମିଶ୍ର। ଅଭୁଯୁକ୍ତ ପୁଅଙ୍କ ସୂଚନା ହେଲା ତାଙ୍କ ମା’ ସବୁବେଳେ ନିଶାଗ୍ରସ୍ତ ହୋଇ ସେମାନଙ୍କୁ ମାରପିଟ କରୁଥିଲେ। ନିର୍ଯାତନା ଅସହ୍ୟ ହେବାରୁ ସେମାନେ ଗତକାଲି ଲୁହା ରଡ୍‌ରେ ମା’ଙ୍କୁ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯିବାରୁ ମୃତଦେହକୁ ବାଥରୁମ୍‌ରେ ରଖି ଘରେ ତାଲା ପକାଇ ପଳାଇଥିଲେ। ଆପାର୍ଟମେଣ୍ଟର ସିକ୍ୟୁରିଟିକୁ ଫୋନ୍‌ କରି ଘରକୁ କେହି ବାହାର ଲୋକ ଆସି ମା’ଙ୍କୁ ଆକ୍ରମଣ କରିଥିବା କହିଥିଲେ। ଏହାପରେ କିଛି ସ୍ଥାନୀୟ ଲୋକଙ୍କ ସହ ସିକ୍ୟୁରିଟି କର୍ମଚାରୀ ଘର ବାହାର ପଟୁ ବନ୍ଦ ଥିବା ଦେଖିବାରୁ ପୋଲିସକୁ ଖବର ଦେଇଥିଲେ। ପୋଲିସ ପହଞ୍ଚି କବାଟ ଖୋଲିବା ପରେ ମୃତଦେହ ଦେଖିବାକୁ ମିଳିଥିଲା।

ମତାମତ ଦିଅନ୍ତୁ ।