Breaking Newsଅପରାଧ

ଦୁଇ ରସିକ ନାଗରଙ୍କୁ ଉତ୍ତମ ମଧ୍ୟମ

ରାମଚନ୍ଦ୍ରପୁର : ନାବାଳିକାଙ୍କୁ ଦୁର୍ବ୍ୟବହାର ଘଟଣାରେ ଦୁଇ ରସିକ ନାଗରଙ୍କୁ ସ୍ଥାନୀୟ ଲୋକେ ନିସ୍ତୁକ ମାଡ ଦେଇଛନ୍ତି। ଘଟଣାଟି କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ପୁରୁଣାବାନ୍ଧଗୋଡ଼ା ଗ୍ରାମରେ ଘଟିଥିବା ସୂଚନା ମିଳିଛି।

ଖବର ଅନୁଯାୟୀ ଶୁକ୍ରବାର ଅପରାହ୍ନରେ ଗ୍ରାମର ଜଣେ ନାବାଳିକା ବୁଲାବୁଲି କରୁଥିବା ସମୟରେ ଦୁଇଜଣ ଯୁବକ ଜଗନ୍ନାଥ ମନ୍ଦିର ରାସ୍ତାରେ ଅଟକାଇ ଟଣାଓଟରା କରିଥିଲେ। ନାବାଳିକା ଘରେ ଏ କଥା ଜଣାଇବାରୁ ପରିବାର ଲୋକେ ଗ୍ରାମବାସୀଙ୍କ ସହାୟତାରେ ଡାକ୍ତରଖାନା ଛକରୁ ସମ୍ପୃକ୍ତ ଯୁବକଦ୍ଵୟଙ୍କୁ ଧରିଥିଲେ। ତା’ପରେ ଆରମ୍ଭ ହୋଇଥିଲା ମାଡ। ଲୋକେ ଉତ୍ତମ ମଧ୍ୟମ ଦେବାପରେ ରାମଚନ୍ଦ୍ରପୁର ଥାନାକୁ ଜଣାଇଥିଲେ। ଥାନା ଅଧିକାରୀ ପହଞ୍ଚି ଅଙ୍ଗାରୁଆ ଗ୍ରାମର ବିକାଶ ଜେନା ଓ ସୁରେନ୍ଦ୍ର ଜେନାଙ୍କୁ ଥାନାକୁ ନେଇଥିଲେ। ନାବାଳିକାଙ୍କ ପରିବାର ପକ୍ଷରୁ ଅଭିଯୋଗ ହେବା ପରେ ପୋଲିସ ମାମଲା ରୁଜୁ କରି ଦୁଇଜଣକୁ ଗିରଫ କରିଥିବା ଜଣାପଡିଛି।

ମତାମତ ଦିଅନ୍ତୁ ।

Back to top button