ଦୁଇ ଶ୍ରମିକଙ୍କୁ ହାତୀ ଦଳିଦେଲା

ସମ୍ବଲପୁର : ସମ୍ବଲପୁର ଜିଲ୍ଲା ଧମା ଥାନା ଅନ୍ତର୍ଗତ ବଲାରଙ୍ଗା କୁଡେରନିଶା ଗାଁରେ ଅଘଟଣ। ଶୋଇଥିବା ୨ ଜଣ ଶ୍ରମିକଙ୍କର ହାତୀ ଦଳି ଦେଇଛି। ଫଳରେ ଜୟଲାଲ ମିର୍ଦ୍ଧା ଓ ତେଲେଙ୍ଗା ଓରାମଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି।

ଖବର ଅନୁଯାୟୀ ବାଉଂଶ କଟାଳୀ ଶ୍ରମିକ ଭାବେ କାମ କରୁଥିବା ଦୁଇଜଣ ବିଶ୍ରାମ ନେଇଥିବା ବେଳେ ହାତୀ ସେମାନଙ୍କୁ ଦଳି ଦେଇଥିଲା। ଏହି ଶ୍ରମିକଦ୍ୱୟଙ୍କ ଘର ବରଗଡ଼ ଜିଲ୍ଲା ଅତ।ବିରା ଯୁନାନୀ ଟାଙ୍ଗରପାଲିରେ। ସେମାନଙ୍କୁ ସଦର ହସପିଟାଲକୁ ନିଆଯାଇଥିଲେ ହେଁ ଡାକ୍ତର ମୃତ ଘୋଷଣା କରିଥିଲେ। ଖବର ପାଇ ଧମା ଥାନା ପୋଲିସ ଘଟଣାସ୍ଥଳକୁ ଯାଇ ଲୋକଙ୍କୁ ପଚରାଉଚରା କରିବା ସହ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *

Back to top button