ଦୁଇଶହ ଟଙ୍କା ପାଇଁ ଭାଇକୁ ହତ୍ୟା

ଆସିକା : ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଚମ୍ପେଇତପୁର ଗାଁରେ ହତ୍ୟାକାଣ୍ଡ ଘଟିଛି। ମାତ୍ର ଦୁଇଶହ ଟଙ୍କା ପାଇଁ ନିଜ ଦାଦା ପୁଅ ବାବୁଲା ଗୌଡକୁ ଗତକାଲି ହତ୍ୟା କରିଛି ଅଭିଯୁକ୍ତ ନୃସିଂହ ଗୌଡ। ଖବର ଅନୁଯାୟୀ ଟଙ୍କା ପାଇଁ ଦୁହିଁଙ୍କ ମଧ୍ୟରେ ଗତକାଲି ବଚସା ହେବାପରେ ନୃସିଂହ ଦାଦା ପୁଅ ବାବୁଲାକୁ ହତ୍ୟା କରି ଫେରାର ହୋଇଯାଇଥିଲା। ଖବର ପାଇ ପୋଲିସ ନୃସିଂହଙ୍କୁ ଗିରଫ କରି କୋର୍ଟ ଚାଲଣ କରିଛି।

ମତାମତ ଦିଅନ୍ତୁ ।