ଦୁଇଟି ବାଦୁଡି ଜିନ୍‌କୁ ମିଶାଇ ତିଆରି କରାଯାଇଛି କରୋନା ଭାଇରସ୍

ନୂଆଦିଲ୍ଲୀ : କରୋନା ଭାଇରସ ପ୍ରାକୃତିକ ନା ମନୁଷ୍ୟକୃତ ଏହାକୁ ନେଇ ବୈଜ୍ଞାନିକମାନେ ଭିନ୍ନ ଭିନ୍ନ ମତ ଦେଇଛନ୍ତି। ଅନେକ କହିଛନ୍ତି ଏହି ଭାଇରସ ଚୀନର ଉହାନ ମାର୍କେଟରୁ ସୃଷ୍ଟି ହୋଇ ବିଶ୍ଵକୁ ବ୍ୟାପିଛି। କିନ୍ତୁ ଚୀନର ପ୍ରସିଦ୍ଧ ଵାୟରୋଲୋଜିଷ୍ଟ ଡ.ଲି-ମେଙ୍ଗ୍ ୟାନ୍ ଦାବି ଭାଇରସ ପ୍ରାକୃତିକ ନୁହେଁ। ଦୁଇଟି ବାଦୁଡ଼ିର ଜେନେଟିକ ମ୍ୟାଟେରିଆଲକୁ ମିଶାଇ କରୋନା ଭାଇରସ ତିଆରି କରାଯାଇଛି।

ଡ.ୟାନ୍ କରୋନା ଭାଇରସ୍ ସମ୍ବନ୍ଧିତ ଏକ ରିପୋର୍ଟ ପ୍ରକାଶିତ କରିଛନ୍ତି। ହଙ୍ଗକଙ୍ଗ୍ ସ୍କୁଲ ଅଫ୍ ପବ୍ଲିକ୍ ହେଲ୍ଥରେ କଥିତ ଭାବେ ଗବେଷଣା କରିସାରିଥିବା ଡ.ୟାନ୍ କହିଛନ୍ତି କରୋନା ଭାଇରସ୍ ଲ୍ୟାବରେ ତିଆରି କରାଯାଇଛି। ୟାନ୍ ନିଜ ଦାବି ସମ୍ପର୍କରେ ଅନେକ ପ୍ରମାଣ ଦେଇ ଦର୍ଶାଇଛନ୍ତି କରୋନା ଭାଇରସର ସ୍ପାଇକ୍ ପ୍ରୋଟିନକୁ ବଦଳାଇ ତାକୁ ସହଜ କରାଯାଇଛି। ଯେପରି ତାହା ହ୍ୟୁମାନ୍ ସେଲରେ ଲାଗି ରହିବ।

ଅନ୍ୟପକ୍ଷରେ ଡ. ୟାନଙ୍କ ଏହି ଦାବି ଏବେ ପ୍ରଶ୍ନ ଘେରରେ ରହିଛି। କାରଣ ଏହି ଗବେଷଣା କୌଣସି ବୈଜ୍ଞାନିକ ଜର୍ଣ୍ଣାଲରେ ପ୍ରକାଶିତ ହୋଇନାହିଁ କିମ୍ବା କେହି ଏହାର ସମୀକ୍ଷା କରିନାହାନ୍ତି। ଅନେକ ବୈଜ୍ଞାନିକ ଡ. ୟାନଙ୍କ ରିପୋର୍ଟକୁ ବିଶ୍ୱାସନୀୟ ନୁହେଁ ବୋଲି କହିଛନ୍ତି। ସେମାନେ କହିଛନ୍ତି ପୂର୍ବରୁ ପ୍ରମାଣିତ ହୋଇଛି କରୋନା ଭାଇରସର ଜନ୍ମ ବାଦୁଡ଼ିରୁ ହୋଇଛି। କିନ୍ତୁ ଏହାକୁ ମନୁଷ୍ୟଙ୍କ ପାଇଁ ତିଆରି କରାଯାଇଥିବା କୌଣସି ପ୍ରମାଣ ନାହିଁ।

ସୂଚନାଯୋଗ୍ୟ କିଛିଦିନ ପୂର୍ବରୁ ଡ.ୟାନ କହିଥିଲେ କରୋନା ଭାଇରସ୍ ମଣିଷଙ୍କ ପାଇଁ ତିଆରି କରାଯାଇଥିବା ପ୍ରମାଣ କରିବେ। ସେ କହିଥିଲେ ପେଇଚିଙ୍ଗଙ୍କୁ କରୋନା ଭାଇରସ୍ ସମ୍ପର୍କରେ ଜଣାପଡିବା ସମୟରେ ମହାମାରୀ ବିସ୍ତାର କରିନଥିଲା। ଏହାପରେ ସେ ନିଜ ଜୀବନ ବଞ୍ଚାଇ ପଳାୟନ କରିବାକୁ ବାଧ୍ୟ ହୋଇଥିଲେ। ଯେତେବେଳେ ତାଙ୍କୁ ପଚାର ଯାଇଥିଲା ଭାଇରସ କେଉଁଠାରୁ ଆସିଲା।, ସେ କହିଥିଲେ ଉହାନ ଲ୍ୟାବରୁ। ଜିନୋମ ସିକ୍ୱେନ୍ସ ମଣିଷର ଫିଙ୍ଗର ପ୍ରିଣ୍ଟ ଭଳି। ଏହି ଆଧାରରେ ଏହାକୁ ଚିହ୍ନଟ କରାଯାଇ ପାରିବ। କିନ୍ତୁ ତାଙ୍କ ଡାଟାବେସରୁ ସମସ୍ତ ତଥ୍ୟ ହଟାଇ ଦିଆଯାଇଛି। କରୋନା ଭାଇରସ ଉପରେ ଅନୁସନ୍ଧାନ କରୁଥିବା ବୈଜ୍ଞାନିକମାନଙ୍କ ମଧ୍ୟରୁ ସେ ଜଣେ ବୋଲି ଡ.ୟାନ କହିଛନ୍ତି।

ମତାମତ ଦିଅନ୍ତୁ ।