ଦୁଇଟି ମାଓ କ୍ୟାମ୍ପରୁ ବନ୍ଧୁକ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ

କନ୍ଧମାଳ : କନ୍ଧମାଳ ଓ କଳାହାଣ୍ଡି ପୋଲିସ ବାଲିଗୁଡା ଓ ତୁମୁଡିବନ୍ଧ ଥାନା ଅଞ୍ଚଳରେ ଦୁଇଟି ମାଓ କ୍ୟାମ୍ପ ଧ୍ୱଂସ କରିଛନ୍ତି। ଏଥିସହ ବନ୍ଧୁକ ଓ ମାଓ ସାମଗ୍ରୀ ଜବତ କରାଯାଇଛି। ଏହି ସୂଚନା ଦେଇଛନ୍ତି କନ୍ଧମାଳ ଏସପି ଭୀନିତ୍ ଅଗ୍ରୱାଲ।

ଖବର ଅନୁଯାୟୀ ଗୁଇନ୍ଦା ସୂତ୍ର ଆଧାରରେ ଗତ ୧୫ ତାରିଖରେ ବାଲିଗୁଡା ଥାନା ପୋଖରିବନ୍ଧ ଜଙ୍ଗଲରେ ପୋଲିସର ଏସଓଜି ଓ ଡିଭିଏଫ ଟିମ୍ କମ୍ବିଂ ଅପରେସନ କରିଥିଲେ। ଏହି ସମୟରେ ମାଓବାଦୀଙ୍କ ସହ ଗୁଳିବିନିମୟ ପରେ ସେମାନେ ଘଞ୍ଚ ଜଙ୍ଗଲ ବିତରକୁ ପଳାଇ ଯାଇଥିଲେ। ସେଠାରୁ ଏକ ମାଓ କ୍ୟାମ୍ପ ଠାବ କରାଯାଇ ୩ଟି ଦେଶୀ ବନ୍ଧୁକ ଓ ଅନ୍ୟ ମାଓ ସାମଗ୍ରୀ ଜବତ କରଜିଥିଲା।

ସେହିପରି ୧୬ ତାରିଖରେ କନ୍ଧମାଳ ଓ କଳାହାଣ୍ଡି ପୋଲିସ୍ ତୁମୁଡିବନ୍ଧ ଥାନା ବୁରାନଇ ଜଙ୍ଗଲରେ କମ୍ବିଂ ଅପରେସନ କରିଥିଲେ। ଗୁଳିବିନିମୟ ପରେ ମାଓବାଦୀମାନେ ଜଙ୍ଗଲ ମଧ୍ୟକୁ ପଳାଇବାରୁ ମାଓ କ୍ୟାମ୍ପ ଠାବ କରାଯାଇ ସେଠାରୁ ମାଓ ସାମଗ୍ରୀ ଓ ଔଷଧ ଜବତ ହୋଇଥିଲା। ଏହି ଦୁଇ କ୍ୟାମ୍ପର କେକେବିଏନ ଡିଭିଜନର ୧୦ରୁ୧୫ ଜଣ ସଦସ୍ୟ ଥିବାର ସନ୍ଦେହ କରାଯାଉଛି। ମାଓ ସଂଗଠନର କେନ୍ଦ୍ରୀୟ ନେତା ମୁରଲୀ ଏହି କ୍ୟାମ୍ପରେ ରହି ମାଓ ସଂଗଠନକୁ ଦୃଢ କରିବାକୁ ଉଦ୍ୟମ କରୁଥିବା ସୂଚନା ମିଳିଛି। ତେବେ କନ୍ଧମାଳ ପୋଲିସ୍ ଏଥିପ୍ରତି ସତର୍କ ରହିଥିବା ଥିବା ଏସପି କହିଛନ୍ତି।

ମତାମତ ଦିଅନ୍ତୁ ।