ଦୁଇତିନି ଦିନ ମଧ୍ୟରେ ଓଡ଼ିଶା ଛୁଇଁବ ମୌସୁମୀ

ଭୁବନେଶ୍ଵର : ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆସନ୍ତା ୨ରୁ ୩ ଦିନ ମଧ୍ୟରେ ଓଡ଼ିଶା ଛୁଇଁବ। ଭାରତୀୟ ପାଣିପାଗ ବିଭାଗ ଏହି ସୂଚନା ଦେଇଛି।

ମଙ୍ଗଳବାର ଭୁବନେଶ୍ଵର ଆଂଚଳିକ ପାଣିପାଗ କେନ୍ଦ୍ର ବୁଲେଟିନରେ କୁହାଯ଼ାଇଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଜି ମହାରାଷ୍ଟ୍ରର ଆଲିବାଗ ଓ ପୁନେ ଆଦି ସ୍ଥାନରେ ପହଞ୍ଚିଛି। ସେହିପରି ଦକ୍ଷିଣପୂର୍ବ ଭାରତର ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ଓ ରେଣ୍ଟାଚିନ୍ତଲାକୁ ଛୁଇଁଛି। ଆଗାମୀ ୨ରୁ ୩ ଦିନ ମଧ୍ୟରେ ଓଡ଼ିଶାର କେତେକ ଅଂଚଳକୁ ଛୁଇଁବାର ସମ୍ଭାବନା ରହିଛି।

ଆସନ୍ତା ୧୧ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗର ଓ ଆଖପାଖ ଅଂଚଳରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଓଡ଼ିଶା ସମେତ ସମଗ୍ର ପୂର୍ବଭାରତରେ ଠିକ ସମୟରେ ମୌସୁମୀ ସକ୍ରିୟ ହୋଇ ପ୍ରବଳ ବର୍ଷା କରାଇବ। ଏହି ଲଘୁଚାପ ପ୍ରଭାବରେ ୧୦ରୁ ଜୁନ ୧୫ ତାରିଖ ପର୍ୟ୍ୟନ୍ତ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

Leave a Reply

Your email address will not be published. Required fields are marked *

Back to top button