ଦୁର୍ଦ୍ଦାନ୍ତ ଅପରାଧୀ ସ୍ଥାନାନ୍ତର ସୂଚନା ପ୍ରଥମେ ଡିଜି ଅଫିସ୍‌କୁ ଦିଆଯିବ

କଟକ : ଏଣିକି ଦୁର୍ଦ୍ଦାନ୍ତ ଅପରାଧୀମାନେ ଜେଲ୍‌ରୁ ହସ୍‌ପିଟାଲ୍‌, କୋର୍ଟ କିମ୍ବା ଗୋଟିଏ ଜେଲ୍‌ରୁ ଅନ୍ୟ ଜେଲ୍‌କୁ ସ୍ଥାନାନ୍ତର ହେଲେ ପ୍ରଥମେ ଜେଲ୍‌ ଅଧୀକ୍ଷକଙ୍କ ପକ୍ଷରୁ ପୋଲିସ ଡିଜି ଅଫିସକୁ ଅବଗତ କରାଯିବ। ଯେଉଁ ରାସ୍ତାରେ ସେମାନଙ୍କୁ ନିଆଯିବ ସେହି ରୁଟ୍‌ର ସମସ୍ତ ଥାନାକୁ ଆଲର୍ଟ କରାଯିବ। କଡ଼ା ସୁରକ୍ଷା ବ୍ୟବସ୍ଥା ଭିତରେ ଏସ୍‌କର୍ଟ କରାଯିବାକୁ ଯୋଜନା ହୋଇଥିବା ସୂଚନା ମିଳିଛି।

୧୮୬୧ ଓଡ଼ିଶା ପୋଲିସ ମାନୁଆଲ୍‌ ୧୯୭୩ରେ ସ˚ଶୋଧନ କରାଯାଇଥିଲା। ୪୮ ବର୍ଷ ହେଲା ସେହି ପୁରୁଣା ମାନୁଆଲ୍‌ ଅନୁଯାୟୀ ପୋଲିସ ବିଭାଗ କାର୍ଯ୍ୟ କରୁଛି। ଜଣେ ଅପରାଧୀ ଜେଲ୍‌ରୁ ହସ୍‌ପିଟାଲ୍‌, ଜେଲ୍‌ରୁ କିମ୍ବା ଅନ୍ୟ ଜେଲ୍‌କୁ ସ୍ଥାନାନ୍ତର ହେଉଛି। ଏସ୍‌କର୍ଟ ରୁଲ୍‌ ଅନୁଯାୟୀ ଜଣେ ହାବିଲ୍‌ଦାର ଓ ୪ କନଷ୍ଟେବଳଙ୍କୁ ନିୟୋଜିତ କରାଯାଉଛି। ଏବେ ପୁରୁଣା ବ୍ୟବସ୍ଥା ବଦଳିବ ବୋଲି କୁହାଯାଉଛି।

Leave a Reply

Your email address will not be published. Required fields are marked *

Back to top button