ଦୁର୍ଦ୍ଦାନ୍ତ ନକ୍ସଲ କ୍ରିଷ୍ଣାର ଆତ୍ମସମର୍ପଣ

ମାଲକାନଗିରି : ଆନ୍ଧ୍ର ଓଡିଶା ବର୍ଡ଼ର ଡିଭିଜନର ଦୁର୍ଦ୍ଦାନ୍ତ ନକ୍ସଲ ଜି.ଜଳନ୍ଧର ରେଡ୍ଡୀ ଓରଫ କ୍ରିଷ୍ଣା ଆନ୍ଧ୍ର ପୋଲିସ ନିକଟରେ ଆତ୍ମସମର୍ପଣ କରିଛି। ମାଲକାନଗିରି ପୋଲିସ, ବିଏସଏଫ ଓ ଆନ୍ଧ୍ର ପୋଲିସର ଚଢ଼ଉରେ ଭୟଭୀତ ହୋଇପଡିଥିବା କ୍ରିଷ୍ଣା ଆନ୍ଧ୍ର ପୋଲିସ ନିକଟରେ ଆତ୍ମସମର୍ପଣ କରିବାକୁ ବାଧ୍ୟ ହୋଇଥିବା କୁହାଯାଉଛି।

କ୍ରିଷ୍ଣାକୁ ଧରିବା ପାଇଁ ଆନ୍ଧ୍ର, ଓଡ଼ିଶା ଏବଂ ତେଲେଙ୍ଗାନା ପୁଲିସ ଜୋରସୋରରେ ଉଦ୍ୟମ ଜାରି ରଖିଥିଲେ। ବହୁ ନକ୍ସଲ ହିଂସାରେ ସେ ଜଡିତ ଥିବାରୁ କ୍ରିଷ୍ଣା ନାମରେ ତିନି ରାଜ୍ୟର ସରକାର ୩୦ ଲକ୍ଷ ଟଙ୍କା ଘୋଷଣା କରିଥିଲେ। ମାଲକାନଗିରି ଜିଲ୍ଲାର ତତ୍କାଳୀନ ଜିଲ୍ଲାପାଳ ଭିନୀଲ କ୍ରିଷ୍ଣାଙ୍କ ଅପହରଣରେ ମଧ୍ୟ ସେ ମୁଖ୍ୟ ଭୂମିକା ଗ୍ରହଣ ଜରିଥିଲା।

Leave a Reply

Your email address will not be published. Required fields are marked *

Back to top button