ଦୁର୍ଘଟଣା ଘଟାଇଥିବା ଟିପ୍ପର ଡ୍ରାଇଭରକୁ ଲୋକେ ମାରିଦେଲେ

0

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାରେ ଆଜି ସନ୍ଧ୍ୟାରେ ଟିପ୍ପର ଧକ୍କାରେ ବାଇକ‌ ଆରୋଗୀଙ୍କର ମୃତ୍ୟୁ ଘଟିଛି। ଏହି ଘଟଣା ପରେ ଉତ୍ତ୍ୟକ୍ତ ଲୋକେମାନେ ଟିପ୍ପର ଡ୍ରାଇଭରକୁ ପିଟି ପିଟି ମାରିଦେଇଥିବା ଅଭିଯୋଗ ହୋଇଛି।

ଖବର ଅନୁଯାୟୀ ପାଟପୁର ଥାନା ଅଞ୍ଚଳର ହାଡୁପଡ଼ା କାହ୍ନୁଚରଣ ଜେନା ବାଇକ୍‌ରେ ଯାଉଥିବା ବେଳେ ଡେଙ୍ଗାଡି ରଙ୍ଗୁଣୀ ଛକରେ ରାମଚନ୍ଦ୍ରପୁର ଗାଁରୁ ଆସୁଥିବା ମାଟି ବୋଝେଇ ଟିପ୍ପର କାହ୍ନୁଙ୍କୁ ଧକ୍କା ଦେଇଥିଲା। ଘଟଣା ସ୍ଥଳରେ କାହ୍ନୁଙ୍କର ମୃତ୍ୟୁ ଘଟିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକେ ଟିପ୍ପର ଡ୍ରାଇଭରକୁ ଟାଣି ଆଣି ପିଟି ପିଟି ମାରିଦେଇଥିବା କୁହାଯାଉଛି। ତେବେ ଲୋକଙ୍କ ଅଭିଯୋଗ ଡ୍ରାଇଭର ମଦ ପିଇ ଗାଡ଼ି ଚଳାଉଥିବାରୁ ଦୁର୍ଘଟଣା ଘଟିଛି। ଖବର ପାଇ ପାଟପୁର ପୋଲିସ ଘଟଣା ସ୍ଥାଳରେ ପହଞ୍ଚି ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.