ଦୁର୍ଘଟଣାଗ୍ରସ୍ତ ଟ୍ରକ୍‌ରୁ ଲୋକ ବୋହି ନେଲେ କୁକୁଡ଼ା

ସୁନ୍ଦରଗଡ଼ : ଭଷ୍ମା ଥାନା ବଡ଼ବାହାଲ ନିକଟରେ ଆଜି ଏକ କୁକୁଡ଼ା ବୋଝେଇ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଟ୍ରକ୍‌ଟି ରାସ୍ତା କଡ଼କୁ ଓଲଟି ପଡ଼ିଥିବାରୁ ଲୋକେ ଡ୍ରାଇଭର ଓ ହେଲପରକୁ ଉଦ୍ଧାର କରିବା ପରିବର୍ତ୍ତେ କୁକୁଡ଼ା ବୋହି ନେଇଥିବା ଦେଖିବାକୁ ମିଳିଥିଲା। ମାଗଣା କୁକୁଡା ନେବାକୁ ଲୋକେ ଏପରି ବ୍ୟସ୍ତ ଥିଲେ ଯେ କିଏ ହାତରେ ଧରି ଦୌଡ଼ୁଥିଲା ତ ଆଉ କିଏ ବ୍ୟାଗ ଓ ଅଖାରେ କୁକୁଡ଼ା ଭର୍ତ୍ତିକରି ନେଇଯାଇଥିଲା। ଦୁର୍ଘଟଣାର ମାତ୍ର କିଛି ସମୟ ମଧ୍ୟରେ ଟ୍ରକରୁ ଅଧାରୁ ଅଧିକ କୁକୁଡ଼ା ଖାଲି ହୋଇଯାଇଥିବା ଜଣାପଡିଛି।

ମତାମତ ଦିଅନ୍ତୁ ।