ଦୁର୍ଘଟଣାରେ ଶିଶୁପୁତ୍ରର ମୃତ୍ୟୁ : ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତା ଅବରୋଧ

ବାଲିଗୁଡ଼ା : ବୋଲେରୋ ଧକ୍କାରେ ଶିଶୁ ପୁତ୍ରର ମୃତ୍ୟୁ। ଏହାକୁ ନେଇ ଉତ୍ତ୍ୟକ୍ତ ଲୋକେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା-ରାଇକିଆ ରାସ୍ତା ଅବରୋଧ କରିଛନ୍ତି। କ୍ଷତିପୂରଣ ଦାବି ସହିତ ଦୁର୍ଘଟଣା ଘଟାଇଥିବା ଗାଡ଼ି ଡ୍ରାଇଭରକୁ ଗିରଫ କରିବା ପାଇଁ ସେମାନେ ଦାବି କରିଛନ୍ତି।

ଖବର ଅନୁଯାୟୀ ଜିଡୁବାଡି ଗାଁର ସୁଶୀଲ ପ୍ରଧାନଙ୍କ ୫ବର୍ଷର ପୁଅ ଗତକାଲି ସନ୍ଧ୍ୟାରେ ରାସ୍ତାରେ ଯାଉଥିବା ବେଳେ ଏକ ବୋଲେରୋ ତାଙ୍କୁ ଧକ୍କା ଦେଇ ଫେରାର ହୋଇଯାଇଥିଲା। ଆହତ ଶିଶୁପୁତ୍ରକୁ ପରିବାର ଲୋକେ ମେଡିକାଲରେ ଭର୍ତ୍ତି କରିଥିଲେ ହେଁ ଡାକ୍ତର ମୃତ ଘୋଷଣା କରିଥିଲେ। ଏହି ଘଟଣାକୁ ନେଇ ଆଜି ସକାଳେ ଗାଁରେ ଉତ୍ତେଜନା ପ୍ରକାଶ ପାଇଥିଲା। ପରିବାର ଲୋକେ କ୍ଷତିପୂରଣ ଓ ଗାଡ଼ି ଡ୍ରାଇଭର ଗିରଫ ଦାବିରେ ଶବ ରଖି ରାଇକିଆ-ବାଲିଗୁଡା ରାସ୍ତାକୁ ଅବରୋଧ କରିଛନ୍ତି। ଫଳରେ ଏହି ରାସ୍ତା ଦେଇ ଗାଡି ଚଳାଚଳ ବନ୍ଦ ହୋଇଯାଇଛି। ଖବର ପାଇ ସାରଂଗଡ଼ ପୋଲିସ ବୋଲେରୋ ମାଲିକକୁ ଅଟକ ରଖିଥିବା ବେଳେ ଗାଡ଼ି ଡ୍ରାଇଭର ଫେରାର ଥିବା ଜଣାପଡିଛି।

ମତାମତ ଦିଅନ୍ତୁ ।