ଦୁଷ୍ମର୍ମର ଧମକ : ୧୬ ଲକ୍ଷ ଲୁଟିଲା ଚାକରାଣୀ

ଇନ୍ଦୋର : ଦୁଷ୍ମର୍ମ ଅଭିଯୋଗକୁ ନେଇ ବ୍ଲାକ୍‌ମେଲ୍‌। ଏହାର ଶିକାର ହୋଇଛନ୍ତି ଜଣେ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ବ୍ୟାଙ୍କ ମ୍ୟାନେଜର। ତାଙ୍କୁ ଚାକରାଣୀକୁ ୧୬ ଲକ୍ଷ ଟଙ୍କା ଗଣିବାକୁ ପଡିଛି।

ଖବର ହେଲା ନିଖିଲ ନାରାୟଣ ବିଶ୍ଵବଜିତ ମାଥୁର ଦିଲ୍ଳୀର ଏକ ବ୍ୟାଙ୍କରେ ମ୍ୟାନେଜର। ୨୦୧୪ରେ ସେ ଚେତକପୁର ଶାଖାରେ କାର୍ଯ୍ୟ କରୁଥିଲେ। ପଡ଼ୋଶୀ ଘରେ ଚାକରାଣୀ କାମ କରୁଥିଲେ ମାଳତୀ ବର୍ମା। ନିଖିଲ ଜଣେ ବ୍ୟାଙ୍କ ମ୍ୟାନେଜର ଜାଣିବା ପରେ ମାଳତୀ ତାଙ୍କ ଘରେ କାମ କରିବାକୁ ଆସିଥିଲା। ନିଖିଲଙ୍କ ନିକଟତର ହେବାକୁ ମାଳତୀ ନିଜକୁ ଅବିବାହିତା ବୋଲି କହିଥିଲା। ଗାଜିୟାବାଦ ବାସିନ୍ଦା ନିଖିଲ ଥିଲେ ଅବିବାହିତ। ତେଣୁ ଉଭୟଙ୍କ ସମ୍ପର୍କ ବଢିଲା। ସହମତିରେ ଶାରୀରିକ ସମ୍ପର୍କ ସ୍ଥାପନ ହୋଇଥିଲା। ଏହି ସମୟର କିଛି ଫଟୋ ମାଳତୀ ପାଖରେ ଥିଲା। କିନ୍ତୁ ପରେ ଜଣାପଡ଼ିଥିଲା ମାଳତୀ ବିବାହିତା ଓ ତାଙ୍କର ଦୁଇଟି ପିଲା ଅଛନ୍ତି।

ନିଖିଲ ଏହା ଜାଣିବା ପରେ ପୌରଶା ଶାଖାକୁ ବଦଳି ହୋଇ ପଳାଇ ଆସିଥିଲେ। କିନ୍ତୁ ମାଳତୀ ପିଛା ଛାଡ଼ିନଥିଲା। ଫଟୋ ଦେଖାଇ ନିଖିଲଙ୍କୁ ଟଙ୍କା ମାଗିଥିଲା। ଆଉ କହିଥିଲା ତୁମ ପାଇଁ ମୋତେ ସ୍ଵାମୀ ଓ ପିଲାଙ୍କୁ ଛାଡ଼ିବାକୁ ପଡ଼ିଲା। ଏବେ ଆତ୍ମହତ୍ୟା କରିବି। ଏହିଭଳି ଧମକ ଦେବାରୁ ନିଖିଲ ଭୟରେ ମାଳତୀକୁ ଟଙ୍କା ଦେଉଥିଲେ।

କଥା ସେତିକିରେ ସରିଲାନି। ମାଳତୀ ଦୁଷ୍କର୍ମ ମାମଲା କରିବାକୁ ଧମକ ଦେଇ ଅଧିକ ଟଙ୍କା ଦାବିକଲା। ବାଧ୍ୟ ହୋଇ ବାରମ୍ବାର ଟଙ୍କା ଦେଉଥିଲେ ନିଖିଲ। ଏଥିରେ ଅତିଷ୍ଠ ହୋଇ ଭୋପାଳ ବଦଳି ହୋଇ ଚାଲିଯାଇଥିଲେ। ୨୦୧୭ରେ ତାଙ୍କର ହୋଇଥିଲା ବିବାହ। ପରେ ଦିଳ୍ଳୀକୁ ଚାଲିଆସିଥିଲେ। କିନ୍ତୁ ମାଳତୀ ଛାଡିଲାନି। ସ୍ଵାମୀ କିଶନ ବର୍ମାକୁ ସାମିଲ କରି ବ୍ଲାକ୍‌ମେଲ୍‌ କରିଚାଲିଲା। ପାଖାପାଖି ୧୬ ଲକ୍ଷ ଟଙ୍କା ଗଣିବା ପରେ ନିଖିଲ ନାରାୟଣ ପୋଲିସର ସହାୟତା ନେବାରୁ ମାଳତୀ ଓ ସ୍ଵାମୀ କିଶନ ଗିରଫ ହୋଇଥିବା ଜଣାପଡ଼ିଛି।

ମତାମତ ଦିଅନ୍ତୁ ।