ଦୁଷ୍କର୍ମ ଅଭିଯୋଗରେ ବିବାହିତ ଯୁବକ ଗିରଫ

ରାଇରଙ୍ଗପୁର : ଦୁଷ୍କର୍ମ ଅଭିଯୋଗରେ ଜଣେ ବିବାହିତ ଯୁବକକୁ ଗୋରୁମହିଷାଣି ଥାନା ପୋଲିସ ଗିରଫ କରିଛି।

ଖବର ଅନୁଯାୟୀ ମୟୁରଭଞ୍ଜ ଜିଲ୍ଲା ବହଳଦା ଥାନା ଟାଙ୍ଗରଯୋଡ଼ା ଅଞ୍ଚଳର ଜଣେ ଯୁବକ ଗୋରୁମହିଷାଣୀ ଡଙ୍ଗାପାଣି ଅଞ୍ଚଳର ଜଣେ ଯୁବତୀକୁ ବିବାହ କରିବାକୁ ଚାହୁଁଥିଲେ। କିନ୍ତୁ ଯୁବକଙ୍କ ବିବାହ ଜାଣିବା ପରେ ବିବାହ କରିବାକୁ ମନା କରିଦେଇଥିଲେ ଯୁବତୀ। ଏହାସତ୍ତ୍ଵେ ସମ୍ପୃକ୍ତ ଯୁବକ ତାଙ୍କୁ ଜୋର ଜବରଦସ୍ତ ନେବାପାଇଁ ଚେଷ୍ଟା କରିଥିଲେ। ଏଥିରେ ଅସଫଳ ହେବାରୁ କଥାବାର୍ତ୍ତା ବାହାନାରେ ଘର ପାଖ ଜଙ୍ଗଲକୁ ନେଇ ଯୁବତୀଙ୍କ ଇଛା ବିରୁଦ୍ଧରେ ଶାରୀରିକ ସମ୍ପର୍କ ରଖିଥିଲେ। ଯୁବତୀଙ୍କ ପରିବାର ଲୋକେ ଗୋରୁମହିଷାଣି ଥାନାରେ ଅଭିଯୋଗ କରିବାରୁ ପୋଲିସ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ଗିରଫ କରିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button