ଦୁଷ୍କର୍ମ ଅଭିଯୁକ୍ତଙ୍କୁ କଂଗ୍ରେସ ଟିକଟ : ଆପତ୍ତି ଉଠାଇବାରୁ ନେତ୍ରୀଙ୍କୁ ମାଡ଼

ନୂଆଦିଲ୍ଲୀ : ଦେଶରେ କଂଗ୍ରେସର ସ୍ଥିତି ସୁଧୁରୁନି। ଲୋକେ ଦୂରେଇ ଯାଉଛନ୍ତି। ଏହି ଦଳର ନେତାମାନେ ମହିଳାଙ୍କୁ ସମ୍ମାନ ଦେବା କଥା କହୁଛନ୍ତି। କିନ୍ତୁ ନିଜେ ପାଳନ କରୁନାହାନ୍ତି। ଉତ୍ତର ପ୍ରଦେଶରେ ଏହା ଦେଖିବାକୁ ମିଳିଛି। ୟୁପିରେ ଉପନିର୍ବାଚନ ପାଇଁ ଜଣେ ମହିଳା ବିରୋଧୀ ଅଭିଯୁକ୍ତଙ୍କ ନାଁ କଂଗ୍ରେସ ଘୋଷଣା କରିଛି। ଏହାକୁ ନେଇ ଆପତ୍ତି ଉଠାଇଥିବାରୁ ଦଳର ଜଣେ ମହିଳା ନେତ୍ରୀଙ୍କୁ କିଛି ପୁରୁଷ ନେତା ମାଡ଼ ମାରିଛନ୍ତି। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଦେବରିୟା ସଦର ଆସନରେ କଂଗ୍ରେସ ମୁକୁନ୍ଦ ମଣି ଭାସ୍କରଙ୍କୁ ଟିକେଟ୍ ଦେଇଛି। ଏହାକୁ ନେଇ କର୍ମୀଙ୍କ ମଧ୍ୟରେ ସୃଷ୍ଟି ହୋଇଛି ଅସନ୍ତୋଷ। ମୁକୁନ୍ଦ ଭାସ୍କରଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ ରହିଥିବା ମହିଳା କଂଗ୍ରେସ ନେତ୍ରୀ ତାରା ଯାଦବ ଦଳର ସଚିବ ସଚିନ ନାଇକଙ୍କ ନିକଟରେ ଅଭିଯୋଗ କରିଥିଲେ। ଆଉ କହିଥିଲେ ସେ ପ୍ରାର୍ଥୀ ହେଲେ ଦଳର ଭାବମୂର୍ତ୍ତି ପ୍ରଭାବିତ ହେବ। ତେଣୁ ଜଣେ ଭଲ ଚରିତ୍ରର ବ୍ୟକ୍ତିଙ୍କୁ କଂଗ୍ରେସ ପ୍ରାର୍ଥୀ କରିବା ଆବଶ୍ୟକ। ଏଥିପାଇଁ ତାଙ୍କୁ ଦେବରିୟା ସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ ମାଡ ମରାଯାଇଥିଲା।

ଏହି ଘଟଣାକୁ ଜାତୀୟ ମହିଳା କମିଶନ ଅଧ୍ୟକ୍ଷ ରେଖା ଶର୍ମା ଗୁରୁତର ସହ ନେଇଛନ୍ତି। ଉତ୍ତର ପ୍ରଦେଶ ଡିଜିପିଙ୍କୁ ଜବାବ ତଲବ କରିବେ କହିଛନ୍ତି। ଯଦି ମହିଳାଙ୍କ ବିରୋଧରେ ଏଭଳି ଆକ୍ରୋଶ ହେବ ତା’ହେଲେ ରାଜନୀତିରେ ମହିଳା କେମିତି ଆସିବେ ବୋଲି ରେଖା ଶର୍ମା କହିଛନ୍ତି।

ମତାମତ ଦିଅନ୍ତୁ ।