ଦୁଷ୍କର୍ମ ଅପରାଧୀଙ୍କ ପାଇଁ ମୃତ୍ୟୁଦଣ୍ଡ ଆଇନ ଆଣିବାକୁ ସୁପାରିଶ

ବେଙ୍ଗାଲୁରୁ : ଦୁଷ୍କର୍ମ ଅପରାଧୀଙ୍କୁ ମୃତ୍ୟୁଦଣ୍ଡ। ଏହି ଆଇନ ପ୍ରଣୟନ କରିବାକୁ କର୍ଣ୍ଣାଟକ ହାଇକୋର୍ଟ ଆଜି ବିଧାନସଭା ଓ କେନ୍ଦ୍ର ସରକାରଙ୍କୁ ସୁପାରିଶ କରିଛନ୍ତି।

କର୍ଣ୍ଣାଟକ ହାଇକୋର୍ଟ ଦର୍ଶାଇଛନ୍ତି ସ୍ୱାଧୀନତାର ଦୀର୍ଘ ସାତ ଦଶନ୍ଧି ପରେ ଦେଶର ମହିଳାମାନେ ବିପଦରେ ରହିବା ଅତ୍ୟନ୍ତ ଲଜ୍ଜାଜନକ। ଦୁଷ୍କର୍ମ ପରି ଜଘନ୍ୟ ଅପରାଧର ଭୟାବହତାକୁ ରୋକିବାକୁ ଦୁଷ୍କର୍ମ ଅପରାଧ ପାଇଁ ରହିଥିବା ଆଇପିସିର ୩୭୬ ଧାରା ସଂଶୋଧନ ଅଣାଯାଉ। ଏପରି ଅପରାଧରେ ସଂପୃକ୍ତ ଅପରାଧୀଙ୍କ ପାଇଁ ଆଜୀବନ କାରାଦଣ୍ଡ ଓ ଜରିମାନା ସହିତ ମୃତ୍ୟୁଦଣ୍ଡକୁ ଅନ୍ତର୍ଭୁକ୍ତ କରବାକୁ କୋର୍ଟ କେନ୍ଦ୍ର ସରକାରଙ୍କୁ ସୁପାରିଶ କରିଛନ୍ତି।

ସୂଚନାଯୋଗ୍ୟ ବାଙ୍ଗାଲୋରର ନ୍ୟାସନାଲ ଲ’ସ୍କୁଲ ଅଫ୍‌ ଇଣ୍ଡିଆ ୟୁନିଭର୍ସିଟି (ଏନଏଲଏସୟୁ)ର ଜଣେ ଛାତ୍ରୀ ୨୦୧୨ ମସିହାରେ ଗଣଦୁଷ୍କର୍ମର ଶିକାର ହୋଇଥିଲେ। ଏହି ମାମଲାରେ ସଂପୃକ୍ତ ୭ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇ କର୍ଣ୍ଣାଟକ ହାଇକୋର୍ଟର ବିଚାରପତି ଜଷ୍ଟିସ୍‌ ବି ଭେରାପ୍ପା ଓ ଜଷ୍ଟିସ୍‌ କେ ନାଟାରାଜନଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ସୁପାରିଶ କରଛନ୍ତି।

ମତାମତ ଦିଅନ୍ତୁ ।