ଦୁଷ୍କର୍ମ ପରେ ପୀଡ଼ିତାର ଆଖି ତାଡ଼ି ଜିଭ କାଟିଦେଲେ ଅଭିଯୁକ୍ତ

ଲକ୍ଷ୍ନୌ : ଉତ୍ତରପ୍ରଦେଶର ଲଖୀମପୁରରେ ଘଟିଛି ନିର୍ମମ ହତ୍ୟାକାଣ୍ଡ। ଜଣେ ୧୩ ବର୍ଷୀୟ ବାଳିକାକୁ ଦୁଷ୍କର୍ମ ପରେ ଅଭିଯୁକ୍ତମାନେ ପୀଡ଼ିତାର ଆଖି ତାଡ଼ି ଦେଇଥିବା ସହ ଜିଭ କାଟି‌ଦେଇଛନ୍ତି। ଓଢ଼ଣୀରେ ପୀଡ଼ିତାଙ୍କ ତଣ୍ଟି ଚିପି ସେମାନେ ହତ୍ୟା କରିଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଏହି ଘଟଣାରେ ପୋଲିସ ଦୁଇ ଯୁବକଙ୍କୁ ଗିରଫ କରିଛି।   

ଖବର ଅନୁଯାୟୀ ଶୁକ୍ରବାର ମଧ୍ୟାହ୍ନରେ ପୀଡ଼ିତା ନିଖୋଜ ହୋଇଯାଇଥିଲେ। ପରିବାର ଖୋଜାଖୋଜି କରିବା ପରେ ଆଖୁ କିଆରୀରୁ ମିଳିଥିଲା ମୃତଦେହ। ମୃତ ପୀଡ଼ିତାଙ୍କ ଆଖି ନଥିଲା। ଜିଭ କାଟି ଦିଆଯାଇଥିଲା। ରକ୍ତାକ୍ତ ଅବସ୍ଥାରେ ପଡିଥିବା ମୃତଦେହକୁ ବ୍ୟବଚ୍ଛେଦ କରାଯିବା ପରେ ତାଙ୍କ ସହ ଦୁଷ୍କର୍ମ ହୋଇଥିବା ଜଣାପଡିଥିଲା। ଏହି ଘଟଣାରେ ଗାଁର ଦୁଇ ଯୁବକଙ୍କୁ ଗିରଫ କରିଛି। ଏ ମଧ୍ୟରେ ଆଖୁ କିଆରୀର ମାଲିକ ଥିବା ଜଣାପଡ଼ିଛି।

ମତାମତ ଦିଅନ୍ତୁ ।