ଦୁଷ୍କର୍ମ ଉଦ୍ୟମ ବିଫଳ ହେବାରୁ ମହିଳାଙ୍କ ଆଖି ତାଡ଼ିଦେଲା

ପୁଣେ : ମହାରାଷ୍ଟ୍ରର ପୁଣେ ଜିଲ୍ଲାରେ ଘଟିଛି ଏକ ଅମାନବୀୟ ଘଟଣା। ଜଣେ ୩୭ବର୍ଷ ବୟସ୍କା ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ କରଯାଇଥିଲା। ଏଥିରେ ବିଫଳ ହେବାରୁ କାମାନ୍ଧ ବ୍ୟକ୍ତି ଜଣକ ଧାରୁଆ ଅସ୍ତ୍ରରେ ପୀଡ଼ିତାଙ୍କ ଗୋଟିଏ ଆଖି ତାଡ଼ି ଦେଇଛି।

ପୋଲିସର କହିବା ଅନୁଯାୟୀ ପୁଣେ ଜିଲ୍ଲାର ଶିରୁର ତହସିଲର ନହାୱା ଗାଁ’ର ମହିଳା ଜଣକ ବୁଧବାର ରାତିରେ ଶୌଚ ପାଇଁ ଯାଇଥିଲେ। ଏହି ସମୟରେ ଅଜଣା ବ୍ୟକ୍ତି ତାଙ୍କୁ ପଛରୁ ଧରି ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ। ଏହାର ବିରୋଧ କରିବାରୁ ସେଇ ଅଜଣା ବ୍ୟକ୍ତି ମହିଳାଙ୍କୁ ଆକ୍ରମଣ କରିବା ସହିତ ଗୋଟିଏ ଆଖି ତାଡ଼ି ଦେଇଥିଲା। ମହିଳା ଚିତ୍କାର କରିବାରୁ ସେଠାକାର ଲୋକେ ଚାଲି ଆସି ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲକୁ ନେଇଥିଲେ।

ପୁଣେ ଏସପି ଏହି ମାମଲାକୁ ଗୁରୁତର ସହ ନେଇ ଟିମ୍ ସହ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଥିଲେ। ଶିରୁର ପୋଲିସ୍ ଷ୍ଟେସନରେ ଅଜଣା ବ୍ୟକ୍ତି ବିରୋଧରେ ଧାରା ୩୦୭ ଓ ୩୫୪ ମାମଲା ରୁଜୁ କରାଯାଇଛି। ପୋଲିସ୍ ଅଜଣା ବ୍ୟକ୍ତିକୁ ଖୋଜୁଛି।

ମତାମତ ଦିଅନ୍ତୁ ।