ଦୁଷ୍କର୍ମ ଉଦ୍ୟମରୁ ମୃତ୍ୟୁ : ମୁଣ୍ଡକୁ ପିଟିଦେଲା ଯୁବତୀ

ସୁରଟ : ଦୁଷ୍କର୍ମ ଉଦ୍ୟମ କାରୀକୁ ଦଣ୍ଡ। ମଦ୍ୟପ ଯୁବକର ମୁଣ୍ଡକୁ ବ୍ରିଜ ସିମେଣ୍ଟ ବାଡ଼ରେ ପିଟିଦେଲା ଯୁବତୀ। ଏଭଳି ଘଟଣା ଗୁଜୁରାଟର ସୁରଟ ବ୍ରିଜ ଉପରେ ଘଟିଛି। ମୁଣ୍ଡ ମାଡ ହେବା ଫଳରେ ଯୁବକର ମୃତ୍ୟୁ ଘଟିଥିବା ଜଣାପଡିଛି।

ଖବର ଅନୁଯାୟୀ ସୁରଟ ବ୍ରିଜ ଦେଇ ଯାଉଥିବା ଜଣେ ଯୁବତୀକୁ ମଦ୍ୟପ ଯୁବକ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲା। କିନ୍ତୁ ଏଥିରେ ଭୟଭୀତ ନହୋଇ ଯୁବତୀ ଜଣକ ସାହାସର ସହିତ ଯୁବକକୁ କାବୁ କରିନେଇଥିଲା। ଆଉ ମୁଣ୍ଡକୁ ପିଟି ଦେଇଥିଲା ବ୍ରିଜର ସିମେଣ୍ଟ ବାଡ଼ରେ। ମୁଣ୍ଡ ମାଡ ହେବାରୁ ଯୁବକର ମୃତ୍ୟୁ ହୋଇଥିବା ବେଳେ ପୋଲିସ ସହରର ପାର୍ବତ ପାଟିଆ ଅଞ୍ଚଳରୁ ମୃତଦେହକୁ ଉଦ୍ଧାର କରିଛି।

ଏହି ଘଟଣାରେ ପୋଲିସ ଜଣେ ମହିଳାଙ୍କୁ ଶ୍ରମିକ ଗିରଫ କରିଛି। ବ୍ରିଜ ବାଡ଼ରେ ମୃତକର ରକ୍ତ ଲାଗିଥିବାରୁ ଏଥିରୁ ଜଣାପଡ଼ୁଛି ମୁଣ୍ଡରେ ଶକ୍ତ ଆଘାତ ଲାଗିବାରୁ ଦୁଷ୍କର୍ମ କରିଥିବା ଯୁବକର ମୃତ୍ୟୁ ହୋଇଛି। ଗିରଫ ମହିଳା କହିଛନ୍ତି ଯୁବକ ଜଣକ ମଦପାନ କରି ରାସ୍ତାରେ ଦୁଷ୍କର୍ମ କରିବାକୁ ଚେଷ୍ଟା କରୁଥିଲା। ମୁଁ ଆତ୍ମରକ୍ଷା ପାଇଁ ତା’ ମୁଣ୍ଡକୁ ବ୍ରିଜ ସିମେଣ୍ଟ ବାଡ଼ରେ ପିଟି ଦେଇଥିଲି। ସମ୍ପୃକ୍ତ ଯୁବକ ଉତ୍ତରପ୍ରଦେଶ ବାସିନ୍ଦା। ସୁରଟରେ ଶ୍ରମିକ ଭାବେ କାମ କରୁଥିଲେ ବୋଲି ପୋଲିସ କହିଛି।

ମତାମତ ଦିଅନ୍ତୁ ।