ଦୁଷ୍କର୍ମକାରୀକୁ ପିଟି ପିଟି ମାରିଦେଲେ ଗ୍ରାମବାସୀ

ବାଲେଶ୍ଵର : ସୋର ବ୍ଲକ ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି। ପତ୍ର ଗୋଟାଇବାକୁ ଯାଇଥିବା ମହିଳାଙ୍କୁ ଦୁଷ୍କର୍ମ କରିଥିବାରୁ ଅଭିଯୁକ୍ତକୁ ଗାଁ ଲୋକେ ପିଟି ପିଟି ମାରିଦେଇଛନ୍ତି।

ଖବର ଅନୁଯାୟୀ ମହିଳା ଜଣଙ୍କ ଜଙ୍ଗଲକୁ ପତ୍ର ଗୋଟେଇବାକୁ ଯାଇଥିଲେ। ବସନ୍ତ ସିଂ ନାମକ ଜଣେ ଯୁବକ ତାଙ୍କୁ ଏକିଟିଆ ଦେଖି ଦୁଷ୍କର୍ମ କରିଥିଲେ। ସ୍ଥାନୀୟ ଲୋକ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କୁ ଉଦ୍ଧାର କରିବା ସହିତ ବସନ୍ତକୁ ନିସ୍ତୁକ ମାଡ଼ ମାରିବାରୁ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଇଛି। ଖବର ପାଇ ସୋର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ପୀଡିତାଙ୍କ ସ୍ୱାମୀଙ୍କୁ ଅଟକ ରଖିଛି। ଉଭୟ ପକ୍ଷରୁ କୌଣସି ଏତଲା ହୋଇନଥିବା ସୋର ଥାନା ଆଇଆଇସି କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button