ଦ୍ୱିଭାଷୀ ଫିଲ୍ମରେ ନଜର ଆସିବେ ଅର୍ପିତା

ଭୁବନେଶ୍ବର: ୨୦୦୮ରେ ‘ବନ୍ଦେ ଉତ୍କଳ ଜନନୀ’ ଚଳଚ୍ଚିତ୍ର ମାଧ୍ୟମରେ ଓଲିଉଡରେ ଏଣ୍ଟ୍ରି ମାରିଥିଲେ ବଙ୍ଗୀୟ ଅଭିନେତ୍ରୀ ଅର୍ପିତା ମୁଖାର୍ଜୀ । ଅଭିନେତ୍ରୀ, ମଡେଲ୍‌ ଭାବରେ କୋଲକାତାରେ ବେଶ୍‌ ନାଁ କମାଇବା ପରେ ଓଲିଉଡରେ ଏଣ୍ଟ୍ରି କରିଥିଲେ । ବେଙ୍ଗଲୀ ଫିଲ୍ମ ‘ପାର୍ଟନର୍‌’ ତାଙ୍କର ଥିଲା ପ୍ରଥମ ଫିଲ୍ମ । ଏହା ଏକ ବିଗ୍‌ ବଜେଟ୍‌ ଆଉ ସଫଳ ଚଳଚ୍ଚିତ୍ର ଭାବରେ ଭଲ ବ୍ୟବସାୟ କରିଥିଲା । 

ଏହା ପରେ ସେ ଓଡ଼ିଆ ଫିଲ୍ମ ‘ପ୍ରେମରୋଗୀ’, ‘ମୁଁ କଣ ଏତେ ଖରାପ’, ‘ତୋର ମୋର ଯୋଡ଼ି ସୁନ୍ଦର’ ଚଳଚ୍ଚିତ୍ରରେ କାମ କରି ସଫଳ ହୋଇଥିଲେ। ବିଶେଷ କରି ‘ତୋର ମୋର ଯୋଡ଼ି ସୁନ୍ଦର’ ଚଳଚ୍ଚିତ୍ରରେ ସବ୍ୟସାଚୀ ଏବଂ ଅର୍ଚ୍ଚିତାଙ୍କ ସହିତ ସେ ଦମ୍‌ଦାର ଅଭିନୟ କରିଥିଲେ । ‘ପ୍ରେମରୋଗୀ’ରେ ବୁଦ୍ଧାଦିତ୍ୟ ମହାନ୍ତିଙ୍କ ଅପୋଜିଟ୍‌ରେ ଅଭିନୟ କରିଥିଲେ।

୨୦୧୦ ପରଠାରୁ ତାଙ୍କୁ ଆଉ ଓଡ଼ିଆ ସିନେମାରେ ଅଭିନୟ କରିବାର ସୁଯୋଗ ତାଙ୍କୁ ମିଳିନି । ସେ ଏବେ ବେଙ୍ଗଲୀ ଚଳଚ୍ଚିତ୍ରରେ ଅଭିନୟ ଜାରି ରଖିଛନ୍ତି । ନିକଟରେ ସେ ଏକ ଦ୍ୱିଭାଷୀ ସିନେମାରେ ନଜର ଆସିବେ ବୋଲି ଜଣାପଡିଛି। ଏହି ଚଳଚ୍ଚିତ୍ରଟି ବେଙ୍ଗଲୀ ଓ ଓଡ଼ିଆ ଭାଷାରେ ନିର୍ମାଣ ହେଉଛି । ଏଥିରେ ଅର୍ପିତା ଏକ ଦମଦାର ଚରିତ୍ରରେ ଅଭିନୟ କରୁଥିବା ଜଣାଯାଇଛି।

ମତାମତ ଦିଅନ୍ତୁ ।