ଦ୍ୱିତୀୟ ପତ୍ନୀର ଝିଅକୁ ସାବତ ବାପା ପିଟିପିଟି ମାରିଦେଲା

ଚମ୍ପୁଆ : ଚମ୍ପୁଆ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଫୋନରେ କଥା ହେବାରୁ ଦ୍ୱିତୀୟ ପତ୍ନୀର ନାବାଳିକା ଝିଅକୁ ସାବତ ବାପା ଠେଙ୍ଗାରେ ପିଟିପିଟି ହତ୍ୟା କରିଛି। ଏହି ଘଟଣା ଘଟାଇବା କରିବା ପରେ ସେ ମାନସିକ ଭାରସାମ୍ୟ ହରାଇ ରଶି ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ ହେଁ ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଖବର ଅନୁଯାୟୀ ଚମ୍ପୁଆ ଥାନା ରଘୁଆଳ ସାହିର କୈଳାସ ସୀତାରିଙ୍କ ପତ୍ନୀଙ୍କର ସ୍ତ୍ରୀଙ୍କର ମୃତ୍ୟୁ ଘଟିଥିଲା। କିଛି ମାସ ହେବ ନିକଟସ୍ଥ ଜଗନ୍ନାଥପୁର ଗ୍ରାମର ଶରତ ଓରାମଙ୍କ ବିଧବା ପତ୍ନୀ ଶାନ୍ତିଲତାକୁ ଗ୍ରହଣ କରି ଏକାଠି ରହିଆସୁଥିଲେ। ଶାନ୍ତିଲତାଙ୍କ ଝିଅ ସୁମିତ୍ରା ସେମାନଙ୍କ ସହିତ ରହୁଥିଲା। ପୁରୀରେ ଏକ କାଜୁ ଜଙ୍ଗଲରେ ସେମାନେ କାମ କରୁଥିଲେ। କୋରନା ପାଇଁ କାମଧନ୍ଦା ନ ମିଳିବାରୁ ସେଠାରୁ ଫେରି ରଘୁଆଳ ସାହିରେ ରହୁଥିଲେ। ସୁମିତ୍ରା କୌଣସି ପିଲା ସହିତ ମୋବାଇଲରେ କଥା ହେଉଥିବା ଜାଣି କୈଳାସ ତାକୁ ତାଗିଦ କରିଥିଲା। କିନ୍ତୁ ଗତକାଲି କୈଳାସ ବାହାରକୁ ଯାଇ ଫେରିବା ପରେ ସୁମିତ୍ରା ମୋବାଇଲରେ କଥା ହେଉଥିବା ଦେଖି ଏକ ଠେଙ୍ଗାରେ ପିଟିପିଟି ହତ୍ୟା କରିଥିଲା। ପରେ ବେକରେ ଶାଢ଼ି ବାନ୍ଧି ଆତ୍ମହତ୍ୟା ଉଦ୍ୟମ କରିଥିଲା। ଏହା ଦେଖି ଶାନ୍ତିଲତା ଦାଆରେ ଶାଢ଼ିକୁ କାଟି ତାଙ୍କୁ ଉଦ୍ଧାର କରିଥିଲେ। ଶାନ୍ତିଲତା ଏ ସମ୍ପର୍କରେ ଗାଁ ଲୋକଙ୍କୁ ଜଣାଇବା ପରେ ରିମୂଳି ଫାଣ୍ଡି ଓ ଚମ୍ପୁଆ ଥାନାକୁ ଖବର ଦିଆଯାଇଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତ କୈଳାସଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଚମ୍ପୁଆ ଡାକ୍ତରଖାନାକୁ ପଠାଇ ସୁମିିତ୍ରାର ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡିଛି।

ସମ୍ବନ୍ଧିତ ଖବର
between image and heading
ମତାମତ ଦିଅନ୍ତୁ

Your email address will not be published.