ଲଦାଖରେ ଭୂକମ୍ପ

ନୂଆଦିଲ୍ଲୀ : ଲଦାଖରେ ଗୁରୁବାର ସକାଳ ସମୟରେ ଭୂକମ୍ପର ଝଟକା ଅନୁଭବ ହୋଇଛି। ଏନସିଏସର ସୂଚନା ଅନୁଯାୟୀ, ରିକ୍ଟର ସ୍କେଲରେ ଭୂକମ୍ପର ତିବ୍ରତା ୩.୭ ରେକର୍ଡ଼ କରାଯାଇଛି। ଏଥିରେ କୌଣସି ଧନଜୀବନ ହାନି ହୋଇ ନାହିଁ ବୋଲି ଜଣାପଡ଼ିଛି। ଏହାପୂର୍ବରୁ ମଙ୍ଗଳବାର ରାତି ୧୦ଟାରେ ମଧ୍ୟ ଲଦାଖରେ ଭୂକମ୍ପର ଝଟକା ଅନୁଭବ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତିବ୍ରତା ୩,୫ ରେକର୍ଡ଼ କରାଯାଇଥିଲା।