ଏଚସିଏଲର ଟେକ୍‌ବି ପ୍ରୋଗ୍ରାମ ଦ୍ୱାଦଶ ଶ୍ରେଣୀର ଛାତ୍ରମାନଙ୍କୁ ପ୍ରାକ୍ କ୍ୟାରିୟର ସୁଯୋଗ ପ୍ରଦାନ କରୁଛି

ଟେକ୍‌ବି, ଏଚ୍‌ସିଏଲ୍ ଟେକ୍‌ନୋଲୋଜିସ୍ (ଏଚସିଏଲ୍‌)ର ପ୍ରାକ୍ କ୍ୟାରିୟର ପ୍ରୋଗ୍ରାମ ହେଉଛି ଏକ କାର୍ଯ୍ୟ ସମନ୍ୱିତ ଉଚ୍ଚ ଶିକ୍ଷା କାର୍ଯ୍ୟକ୍ରମ ଯାହାକି ସରକାରଙ୍କର “ସ୍କିଲ୍‌ସ ଇଣ୍ଡିଆ” ଲକ୍ଷ୍ୟ ଦିଗରେ କାର୍ଯ୍ୟ କରୁଛି। ୧୦+୨ ଛାତ୍ରମାନଙ୍କ ପାଇଁ ଏଚସିଏଲର ନୂତନ ବ୍ୟକ୍ତି କୌଶଳ ଅନ୍ତର୍ଗତ ଏହି ପ୍ରୋଗ୍ରାମ ଜରିଆରେ ଛାତ୍ରମାନଙ୍କୁ ଉପଯୁକ୍ତ ଦକ୍ଷତା ପ୍ରଦାନ କରି ଆଇଟି ଇଞ୍ଜିନିୟରିଂ ଜବ୍ ଅଫର କରାଯାଉଛି।

ଏଚସିଏଲରେ ଏଂଟ୍ରି-ଲେଭଲ୍ ଆଇଟି ଜବ୍ ପାଇଁ ଏହା ଛାତ୍ରମାନଙ୍କୁ ବୈଷୟିକ ଓ ପେଶାଗତ ଭାବରେ ପ୍ରସ୍ତୁତ କରୁଛି। ଯେଉଁଠାରେ ଛାତ୍ରମାନେ ଏହି ଜବ୍ ପାଇଁ ଛାତ୍ରମାନଙ୍କୁ ୧୨ ମାସର ତାଲିମ୍ ପ୍ରଦାନ କରାଯିବ ଓ ଛାତ୍ରମାନେ ମଧ୍ୟ ଏଚସିଏଲ୍ ପ୍ରୋଜେକ୍ଟରେ ଇଂଟର୍ଣ୍ଣସିପ୍ କରିବାର ସୁଯୋଗ ପାଇ ପାରିବେ। ଏଚସିଏଲରେ କାର୍ଯ୍ୟ କରୁଥିବା ସମୟରେ ଛାତ୍ରମାନେ ମଧ୍ୟ ଗ୍ରାଜୁଏଟ୍ ଡିଗ୍ରୀ ପ୍ରୋଗ୍ରାମ ପାଇଁ ପ୍ରତିଷ୍ଠିତ ୟୁନିଭର୍ସିଟି ଯଥା ବିଟ୍‌ସ ପିଲାନି ଓ ଶସ୍ତ୍ର ୟୁନିଭର୍ସିଟିରେ ନାମ ଲେଖାଇ ପାରିବେ।

ଏଚସିଏଲ୍ ଏହି କାର୍ଯ୍ୟକ୍ରମକୁ ୨୦୧୬ ରେ ଆରମ୍ଭ କରିଥିଲା ଯାହାର ଲକ୍ଷ୍ୟ ହେଉଛି ସର୍ବୋତମ ପ୍ରତିଭାଧାରୀ ଛାତ୍ରମାନଙ୍କୁ ଗ୍ରହଣ କରିବା ଓ ତାଙ୍କର କ୍ୟାରିୟରର ପ୍ରାରମ୍ଭରେ ଆର୍ଥିକ ସ୍ୱାଧୀନତା ପ୍ରଦାନ କରିବା । ଏପର୍ଯ୍ୟନ୍ତ ୩୦୦୦ ରୁ ଅଧିକ ଛାତ୍ର ସଫଳତାପୂର୍ବକ ଏହି ଟେକ୍‌ବି କାର୍ଯ୍ୟକ୍ରମକୁ ସମାପ୍ତ କରିସାରିଚନ୍ତି ଓ ବର୍ତମାନ ଏଚସିଏଲ୍ ରେ କାର୍ଯ୍ୟ କରୁଛନ୍ତି।

Leave a Reply

Your email address will not be published. Required fields are marked *

Back to top button