ଏସବୁ ଲକ୍ଷଣ ଦିଏ ବ୍ରେନ୍ ହେମରେଜ୍ ସୂଚନା

ମସ୍ତିଷ୍କରେ କୌଣସି ଅସୁବିଧା ଦେଖାଦେଲେ ତାହାର ପ୍ରଭାବ ଶରୀର ଉପରେ ପଡ଼ିଥାଏ। ଯେମିତିକି ବ୍ରେନ୍ ହେମରେଜ୍। ଏହି ରୋଗ କୌଣସି ବୟସର ବ୍ୟକ୍ତିଙ୍କୁ ହୋଇପାରେ। କିନ୍ତୁ ପୂର୍ବରୁ ଦେଖାଦିଏ ଏସବୁ ଲକ୍ଷଣ।

ବ୍ରେନ୍ ହେମରେଜର ଲକ୍ଷଣ ଗୁଡ଼ିକ ହେଲା- କହିବା ଓ ବୁଝିବାରେ ସମସ୍ୟା ଦେଖାଦେବ। ଖାଦ୍ୟ ଗିଳିବାରେ ଅସୁବିଧା ହେବ। ମୁଣ୍ଡ ବୁଲାଇବା, ଖାଇବାର ସ୍ଵାଦ ଜଣାନପଡ଼ିବା, ଶରୀରର ବିଭିନ୍ନ ଅଙ୍ଗରେ ସମସ୍ୟା ଦେଖାଦେବା ଭଳି ଲକ୍ଷଣ ଦେଖାଯାଏ। ଆପଣଙ୍କୁ ଯଦି କିଛି ଏମିତି ଲାଗୁଛି ତେବେ ତୁରନ୍ତ ହସ୍ପିଟାଲକୁ ଯାଇ ଡାକ୍ତରଙ୍କ ସହ ପରାମର୍ଶ ନିଅନ୍ତୁ। ଏହାଛଡା ଜୋରରେ ମୁଣ୍ଡ ବ୍ୟଥା ହେବା, ଦୁର୍ବଳ ଲାଗିବା ଓ ବାନ୍ତି ହେବା ଭଲି ଲକ୍ଷଣ ମଧ୍ୟ ଦେଖାଦେଇଥାଏ।

ମତାମତ ଦିଅନ୍ତୁ ।