ଏହି ଫଳ ଖାଇଲେ ଦୂରେଇ ଯିବ ଆଳସ୍ୟପଣ

ବର୍ଷାଦିନେ ଅଳସୁଆ ପଣ ଦୂରକରି ଶରୀରକୁ ସକ୍ରିୟ ରଖିବାକୁ ଚାହୁଥିଲେ ଏହିସବୁ ଖାଦ୍ୟ ଖାଇବା ଆବଶ୍ୟକ। ଯେତେ ପରିମାଣରେ ଫଳ ଖାଇବେ ଶରୀର ସେହି ଅନୁସାରେ ସୁସ୍ଥ ଓ ସକ୍ରିୟ ରହିବ। ସାଧାରଣତଃ ବର୍ଷାଦିନେ ବିଭିନ୍ନ ପ୍ରକାରର ସଂକ୍ରମଣାତ୍ମକ ରୋଗ ହୋଇଥାଏ। ହଜମଶକ୍ତି କମ୍‌ କମିଯାଏ। ତେଣୁ ଶରୀରକୁ ସୁସ୍ଥ ରଖିବା ପାଇଁ କେଉଁ ଫଳ ଖାଇବା ଉଚିତ ଆସନ୍ତୁ ସେ ବିଷୟରେ ଜାଣିବା …

ବର୍ଷାଦିନେ ବଜାରରେ ପ୍ରଚୁର ପରିମାଣର ଜାମୁ କୋଳି ମିଳେ। ଏଥିରେ କ୍ୟାଲୋରି କମ୍‌ ରହିଥିଲେ ମଧ୍ୟ ଆଇରନ୍‌, ଫୋଲେଟ୍‌, ପଟାସିୟମ୍‌ ଓ ଭିଟାମିନ୍‌ ପ୍ରଚୁର ପରିମାଣରେ ରହିଛି। ତେଣୁ ଏହା ଶରୀର ପାଇଁ ଲାଭଦାୟକ।

ଲିଚି ଖାଇବା ବି ଶରୀର ପାଇଁ ହିତକର। ଏହି ଫଳରେ ଭିଟାମିନ୍‌ ସି ଥିବାରୁ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ। ଏହାଛଡା ଆଣ୍ଟି-ଅସ୍କିଡାଣ୍ଟ୍‌ ଓଜନ ହ୍ରାସ କରାଇବାରେ ସାହାଯ୍ୟ କରେ।

ସେହିପରି ବର କୋଳି ଖାଇବା ଦ୍ୱାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୁଏ।

ଚେରି ହେଉଛି ଆଉ ଏକ ବର୍ଷାଦିନିଆ ଫଳ। ଏହାକୁ ଖାଇଲେ ମସ୍ତିଷ୍କ ସୁସ୍ଥ ରହିଥାଏ।

ପ୍ରଚୁର ପରିମାଣର ଡାଳିମ୍ବ ମଧ୍ୟ ଖାଇପାରିବେ। ଏଥିରେ ଭରପୂର ପରିମାଣରେ ନିଉଟ୍ରିଏଣ୍ଟ୍‌ସ ରହିଛି।

ସେଓ ଏକ ଏପରି ଫଳ ଯାହାକୁ ସବୁ ଋତୁରେ ଖାଇଲେ କୌଣସି ସମସ୍ୟା ନାହିଁ।

ସମ୍ବନ୍ଧିତ ଖବର
between image and heading

Comments are closed.