ଏଜିସି କାର୍ଟ ଘରେ ପହଞ୍ଚାଇବ ଜରୁରୀ ସାମଗ୍ରୀ

ଭୁବନେଶ୍ୱର : ବର୍ତ୍ତମାନ ସମୟରେ ସମସ୍ତେ ଚାହାନ୍ତି ନିଜର ଆବଶ୍ୟକ ସାମଗ୍ରୀ କମ୍ ମୂଲ୍ୟରେ ଘରେ ପହଞ୍ଚିଯାଉ। ଏହାକୁ ନେଇ ଏବେ ବଜାରରେ ପ୍ରତିଦ୍ୱନ୍ଦ୍ୱିତା ଚାଲିଛି। ବିଭିନ୍ନ କମ୍ପାନି ହୋମ ଡେଲିଭିଭରି ସୁବିଧା ପ୍ରଦାନ କରୁଛନ୍ତି। ଏହି ସେବାରେ ସାମିଲ ହୋଇଛି ଭୁବନେଶ୍ୱରର ଅରୋଶ୍ରୀ ଗ୍ରୁପ। ଗ୍ରୁପ ଦ୍ୱାରା ପରିଚାଳିତ ଏଜିସି କାର୍ଟ ବିଧିବଦ୍ଧ ଭାବେ କାର୍ଯ୍ୟର ଶୁଭାରମ୍ଭ କରିଛି। ଏହି ଅବସରରେ ମୁଖ୍ୟ ଅତିଥି ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି)ର ଜୋନାଲ ଡେପୁଟି କମିଶନର ଅଂଶୁମାନ ରଥ ଓ ସମ୍ମାନିତ ଅତିଥି ଅଭିନେତା, ସମାଜସେବୀ ତଥା କମ୍ପାନିର ବ୍ରାଣ୍ଡ ଆମ୍ୱାସଡର ସବ୍ୟସାଚି ମିଶ୍ର ପ୍ରମୁଖ ଯୋଗଦେଇ ଏଜିସି କାର୍ଟ ଲୋକଙ୍କ ଦ୍ୱାରା ଆଦୃତ ହୋଇପାରିବ ବୋଲି ଆଶା ବ୍ୟକ୍ତ କରିଛନ୍ତି।

ଅନ୍ୟ କମ୍ପାନି ଅପେକ୍ଷା ଏଜିସି କାର୍ଟର କିଛି ସ୍ୱତନ୍ତ୍ର ସୁବିଧା ସେବା ରହିଛି। ଏହା ଯେ କୌଣସି ବର୍ଗ ଓ ପରିବାର ପାଇଁ ବେଶ ସୁହାଇବ। ଏଜିସି କାର୍ଟରେ କିଛି ଜରୁରି ସାମଗ୍ରୀ ମଗାଇବା ପାଇଁ ସର୍ବନିମ୍ନ ଅର୍ଥ ରାଶି ନିର୍ଦ୍ଧାରିତ କରାଯାଇନାହିଁ। ଅର୍ଥାତ ଗ୍ରାହକ ଚାହିଁଲେ ୫୦ ଟଙ୍କାର ସାମଗ୍ରୀ ମଧ୍ୟ ଅର୍ଡର କରିପାରିବେ। ଅନ୍ୟପକ୍ଷରେ କରୋନା ମହାମାରୀ ପାଇଁ ଲୋକଙ୍କୁ ଭିଡ଼ ସୃଷ୍ଟି ନକରିବା ଓ ସାମାଜିକ ଦୂରତା ବଜାୟ ରଖିବାକୁ ଗୁରୁତ୍ୱ ଦିଆଯାଉଥିବା ବେଳେ ଏଜିସି କାର୍ଟର ହୋମ୍ ଡେଲିଭରି ସୁବିଧା ସମସ୍ତ ବର୍ଗର ଜନସାଧାରଣଙ୍କ ପାଇଁ ସହାୟକ ହୋଇପାରିବ ବୋଲି ଅତିଥିମାନେ ମତ ଦେଇଛନ୍ତି।

  ମା’କୁ ହାତୁଡିରେ ପିଟି ମାରିଲା ପୁଅ

ଏଜିସି କାର୍ଟର ପରିଚାଳକ ସଂଗ୍ରାମ କେଶରୀ ମହାନ୍ତି କହିଛନ୍ତି ପ୍ରଥମ ପର୍ଯ୍ୟାୟରେ ଏହି ହୋମ୍ ଡେଲିଭରି ସୁବିଧା ରାଜଧାନୀ ପାଇଁ ଉପଲବ୍ଧ ଥିବାବେଳେ ଖୁବ ଶୀଘ୍ର ଟ୍ୱିନ୍ ସିଟିର ସବୁ ଅଞ୍ଚଳରେ ସେବା ଯୋଗାଇକୁ ଉଦ୍ୟମ କରାଯାଉଛି। ଘରେ ବସି ଲୋକେ ରାସନ, ପନିପରିବା, ଦୁଗ୍ଧଜାତ ଦ୍ରବ୍ୟ ସମେତ ଆମିଷ ସାମଗ୍ରୀ ଅର୍ଡର ଦେଇପାରିବେ। ଠିକ୍ ସମୟରେ ଲୋକଙ୍କ ଏସବୁ ଜିନିଷ ପହଞ୍ଚାଇ ଦେବାକୁ ଆମେ ସଂକଳ୍ପବଦ୍ଧ ବୋଲି ସେ କହିଛନ୍ତି।

ସୂଚନୋଯୋଗ୍ୟ ଗୁଗୁଲ୍ ପ୍ଲେ-ଷ୍ଟୋର୍ ଓ ଆପଲ୍ ଷ୍ଟୋରରୁ ଏଜିସି କାର୍ଟର ଆପ୍ ଡାଉନଲୋଡ୍ କରିହେବ। ଉଭୟ ଆଣ୍ଡ୍ରଏଡ୍ ଓ ଆଇଓଏସ୍ ପାଇଁ ଆପ୍ ଉପଲବ୍ଧ। ସେହିପରି ଟୋଲ୍‌-ଫ୍ରି ନମ୍ୱର ୧୮୦୦-୧୨୦-୭୭୬୭ରେ ୨୪ ଘଣ୍ଟିଆ କଲ୍ କରି ଆବଶ୍ୟକ ସାମଗ୍ରୀ ଅର୍ଡର୍ କରାଯାଇପାରିବ। କମ୍ପାନିର ୱେବ୍ ସାଇଟ୍ (www.agckart.com) ରେ ମଧ୍ୟ ଗ୍ରାହକ ନିଜ ଆବଶ୍ୟକ ସାମଗ୍ରୀ ଅର୍ଡର ଦେଇପାରିବେ।

ମତାମତ ଦିଅନ୍ତୁ ।