ଏକ ତୃତୀୟାଂଶ ଆମେରିକୀୟ ନେବେନି କୋଭିଡ୍‌ ଟିକା

ନ୍ୟୁୟର୍କ : ଆମେରିକାର ଖାଦ୍ୟ ଓ ଭେଷଜ ପ୍ରଶାସନ (ଏଫ୍‌ଡିଏ) ସୁପାରିଶ ଦ୍ଵାରା ମାଗଣାରେ କୋଭିଡ୍‌-୧୯ ଟିକା ଉପଲବ୍ଧ ହେବ। କିନ୍ତୁ ଏକ ତୃତୀୟାଂଶ ଆମେରିକୀୟ ଏହି ଟିକା ନେବାକୁ ଅନିଚ୍ଛା ପ୍ରକାଶ କରିଥିବା ଏକ ଜନମତ ସର୍ବେକ୍ଷଣରୁ ଜଣାଯାଇଛି।   

ସେହିପରି ସମ୍ଭାବ୍ୟ ଟିକାକୁ ନେଇ ଆମେରିକାରେ ରାଜନୀତି ଜୋର ଧରିଛି। କରୋନା ମହାମାରୀ ପାଇଁ ଏକ ଫଳପ୍ରଦ ଟିକା ପାଇପାରିବେ ବୋଲି ୮୧ ପ୍ରତିଶତ ଡେମୋକ୍ରାଟ କହିଥିବା ବେଳେ ୪୭ ପ୍ରତିଶତ ରିପବ୍ଲିକାନ ଏଥିରେ ସହମତ ହୋଇଛନ୍ତି। ସେହିପରି ଦେଶରେ କୃଷ୍ଣକାୟମାନେ କୋଭିଡ୍‌ରେ ବେଶୀ କ୍ଷତିଗ୍ରସ୍ତ ହୋଇଥିବା ବେଳେ ସେମାନଙ୍କ ଅପେକ୍ଷା ଶ୍ଵେତାଙ୍ଗମାନେ ଟିକା ଗ୍ରହଣ କରିବାକୁ ବେଶୀ ପସନ୍ଦ କରିଥିବା ସର୍ବେକ୍ଷଣର ତଥ୍ୟ କହୁଛି।   

କୋଭିଡ୍‌-୧୯ର ଉପଦ୍ରବ ଆରମ୍ଭ ମାତ୍ରେ ଟ୍ରମ୍ପ୍‌ ପ୍ରଶାସନ ଏହାର ମୁକାବିଲା ପାଇଁ ୨୦୨୧ ଜାନୁଆରୀ ସୁଦ୍ଧା ଦେଶବାସୀଙ୍କୁ କୌଣସି ଏକ ଫଳପ୍ରଦ ଟିକାର ୩୦ କୋଟି ମାତ୍ରା ଉପଲବ୍ଧ କରାଇବା ଲକ୍ଷ୍ୟରେ ‘ଅପରେସନ ଵାର୍ପ ସ୍ପିଡ୍‌’ ନାମରେ ହଜାରେ କୋଟି ଡଲାର ବିନିଯୋଗ କରି ସାରିଛନ୍ତି। ଆମେରିକା ସହ ଚୁକ୍ତି କରିଥିବା ତିନିଟା ଅନ୍ତର୍ଜାତୀୟ ଭେଷଜ କମ୍ପାନି ଦ୍ଵାରା ବିକଶିତ ପୃଥକ୍ ପୃଥକ୍ ଟିକାର ପରୀକ୍ଷଣ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଗତ ଶୁକ୍ରବାର ଦେଶର ପ୍ରମୁଖ ସଂକ୍ରାମକ ରୋଗ ବିଶେଷଜ୍ଞ ଡା. ଆନ୍ଥୋନି ଫୌସି ଭିନ୍ନ କଥା କହିଛନ୍ତି। ସେ କହିଛନ୍ତି ସବୁ ଟିକାର ଫଳପ୍ରଦତା ସମ୍ପର୍କରେ ନିଶ୍ଚିତ ନୁହଁନ୍ତି। କାରଣ କେବଳ ଟିକା ଦ୍ଵାରା ଆରୋଗ୍ୟ ଲାଭ ସମ୍ଭବ ନୁହେଁ ବୋଲି ଡା. ଫୌସି ଟିପ୍ପଣୀ କରିଛନ୍ତି।  

ମତାମତ ଦିଅନ୍ତୁ ।