ଏକ ତରଫା ପ୍ରେମ : ମା’ ଓ ପିଲାଙ୍କୁ ହତ୍ୟାକଲା ଯୁବକ

0

ନୂଆଦିଲ୍ଲୀ : ଏକ ତରଫା ପ୍ରେମର କରୁଣ ପରିଣତି। ଜଣେ ଯୁବକ ମା’ ଓ ଛୋଟ ପିଲାଙ୍କୁ ହତ୍ୟା କରିଛି। ଏପରି ଏକ ସଂବେଦନଶୀଳ ଘଟଣା ଆଜି ଜୈନପୁରରେ ଘଟିଛି।

ଖବର ଅନୁଯାୟୀ ସଦର କୋଟୱାଲୀ ଅଞ୍ଚଳର ତାରାପୁର ମୋହଲାର ମାନାଇଙ୍କ ପୁଅ ପୁଲୁ ପଡୋଶୀ ମହିଳା ଓ ତାଙ୍କ ପିଲାଙ୍କୁ ହତ୍ୟାକରି ମୃତଦେହକୁ ଘରେ ପୋତି ଦେଇଥିଲେ। ଗୁରୁବାର ମଧ୍ୟାହ୍ନରେ ଏ ସମ୍ପର୍କରେ ସୂଚନା ପାଇ ପୋଲିସ ଫୋର୍ସ, ଡିଏମ ମନୀଷ କୁମାର ବର୍ମା ଓ ଏସପି ରାଜ କରଣ ନାୟାର ତାରାପୁର ଅଞ୍ଚଳରେ ପହଞ୍ଚି ଘର ଖୋଳିବା ଆରମ୍ଭ କରିଥିଲେ ।

ପୋଲିସର ସୂଚନା ହେଲା ପୁଲୁ ଏହି ମହିଳାଙ୍କୁ ଏକତରଫା ପ୍ରେମ କରୁଥିଲେ। କିନ୍ତୁ ମହିଳାଜଣକ ବିରୋଧ କରିବାରୁ ପୁଲୁ ୧୦ଦିନ ପୂର୍ବରୁ ମହିଳାଙ୍କ ମା’ ଓ ଛୋଟପିଲା (ଭାଇ-ଭଉଣୀ)କୁ ଘରୁ ଉଠାଇ ନେଇ ଯାଇଥିଲେ। ଚାରିଦିନ ପୂର୍ବରୁ ମହିଳାଙ୍କ ପରିବାର ସଦସ୍ୟଙ୍କୁ ଡାକି କହିଥିଲେ ଏହି ତିନିଜଣଙ୍କୁ ହତ୍ୟା କରିବେ।

ଅଭିଯୋଗ ପାଇବା ପରେ ପୋଲିସ ବୁଧବାର ରାତିରେ ପୁଲୁଙ୍କୁ ଗିରଫ କରିବାରୁ ସେ ମା’ ଓ ପିଲାଙ୍କୁ ହତ୍ୟା କରିଥିବା ବିଷୟରେ ସୂଚନା ଦେଇଥିଲା। ମୃତ ଶରୀରକୁ ମାଟି ତଳୁ ପୁନରୁଦ୍ଧାର ପାଇଁ ଖନନ କାର୍ଯ୍ୟ ଚାଲିଛି। ସୁରକ୍ଷା ଦୃଷ୍ଟିରୁ ପୋଲିସ ଟିମ୍ ଅଞ୍ଚଳକୁ ଘେରି ରହି ପ୍ରମାଣ ସଂଗ୍ରହ କରିବା ସହିତ ଲୋକଙ୍କୁ ପଚରାଉଚରା ଚଳାଇଛି।

Leave A Reply

Your email address will not be published.