ଏକ ତରଫା ପ୍ରେମ : ନାବାଳିକା ଗଳା କାଟିଲା ପ୍ରେମିକ

ବିଶାଖାପାଟଣା : ପ୍ରେମ ନିବେଦନକୁ ପ୍ରତ୍ୟାଖାନ କରିବାରୁ ଜଣେ ୧୭ ବର୍ଷୀୟ ନାବାଳିକାଙ୍କୁ ଗଳାକାଟି ହତ୍ୟା କରାଯାଇଛି। ଆନ୍ଧ୍ର ପ୍ରଦେଶର ବିଶାଖାପାଟଣାରେ ଏହି ଘଟଣା ଘଟିଛି। ଅଭିଯୁକ୍ତର ନାଁ ଅନିଲ। ପ୍ରତିଶୋଧ ପରାୟଣ ହୋଇ ହତ୍ୟାକାଣ୍ଡ ଘଟାଇଥିବା ପୋଲିସ କହିଛି।

ଖବର ଅନୁଯାୟୀ ବିଶାଖାପାଟଣା ସହରର ସୂର୍ଯ୍ୟୋଦୟ କଲୋନୀର ସାଇବାବା ମନ୍ଦିର ନିକଟରେ ଏହି ହତ୍ୟାକାଣ୍ଡ ଘଟିଛି। ପ୍ରଥମେ ନାବାଳିକା ଭରାଲକ୍ଷ୍ମୀ ଓ ଅନିଲଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ କ୍ରୋଧିତ ହୋଇ ଅନିଲ ଏକ ଧାରୁଆ ଅସ୍ତ୍ରରେ ଭରାଲକ୍ଷ୍ମୀଙ୍କ ତଣ୍ଟି କାଟିଦେଇଥିଲେ। ପୀଡ଼ିତା ଘଟଣାସ୍ଥଳରେ ଟଳିପଡ଼ିବାର କିଛି କ୍ଷଣ ମଧ୍ୟରେ ପ୍ରାଣ ହରାଇଥିଲେ। ପୋଲିସ ଅଭିଯୁକ୍ତ ଅନିଲକୁ ଗିରଫ କରିଥିବା ଜଣାପଡିଛି।

ମତାମତ ଦିଅନ୍ତୁ ।