ଏକାମ୍ର କ୍ଷେତ୍ରରେ ୫-ଟି ସଚିବ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ଵରର ଏକାମ୍ର କ୍ଷେତ୍ରର ଟି ସଚିବ ଭିକେ ପାଣ୍ଡିଆନ୍। ଶନିବାର ଭୋର ସମୟରେ ସେ ଲିଙ୍ଗରାଜ ମନ୍ଦିର ପରିଦର୍ଶନ କରି ଉନ୍ନତିମୂଳକ କାର୍ଯ୍ୟର ତଦାରଖ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ୮୦ ପ୍ରତିଶତରୁ ଅଧିକ ଜମି ଅଧିଗ୍ରହଣ ସରିଥିବା ବେଳେ ଏହି କାମ ନଭେମ୍ୱର ସୁଦ୍ଧା ସରିବ ବୋଲି ଜଣାପଡିଛି। ୫-ଟି ସଚିବଙ୍କ ସହ ପୂର୍ତ୍ତ ବିଭାଗ ସଚିବ କ୍ରିଶନ କୁମାର ଓ ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ମଧ୍ୟ ସେଠାରେ ଉପସ୍ଥିତ ରହିଥିଲେ।

ମତାମତ ଦିଅନ୍ତୁ ।