ଏକାସଙ୍ଗେ ଭାତ ଓ ରୁଟି ଖାଇବା ଭଲ ନା ଖରାପ ? ଜାଣନ୍ତୁ…

ଭୁବନେଶ୍ବର: ଆମ ଦେଶରେ ବହୁ ଲୋକ ଭାତ ସହ ରୁଟି ଖାଇବାକୁ ପସନ୍ଦ କରିଥାନ୍ତି। ବିଶେଷକରି ଉତ୍ତର ଭାରତୀୟ ଭାତ ଏବଂ ରୁଟି ଏକସଙ୍ଗେ ଖାଇଥାନ୍ତି। କେହି କେହି ଭାତ ଓ ରୁଟି ଏକାଠି ଖାଇବାକୁ ଭଲ କହୁଥିବା ବେଳେ ଆଉ କେହି ଏହାକୁ ମିଶାଇ ଖାଇଲେ ମୋଟା ହେବାର ଆଶଙ୍କା ଥାଏ ବୋଲି କହିଥାନ୍ତି। ହେଲେ ଆପଣ ଜାଣିଛନ୍ତି କି, ଏହାକୁ ମିଶାଇ ଖାଇଲେ ଆମ ସ୍ୱାସ୍ଥ୍ୟ ଉପରେ କିପରି ପ୍ରଭାବ ପଡ଼େ ? ଏକସଙ୍ଗେ ଭାତ ଏବଂ ରୁଟି ମିଶାଇ ଖାଇବା ଦ୍ୱାରା କ’ଣ କ୍ଷତି ହୋଇଥାଏ ଆସନ୍ତୁ ଜାଣିବା:- 

ଉଭୟ ଭାତ ଏବଂ ରୁଟିରେ କ୍ୟାଲୋରୀ ରହିଥାଏ। ରୁଟିରେ ୭୦ରୁ ୮୦ ଭାଗ କ୍ୟାଲୋରୀ ଥାଏ। ସେହିପରି ଭାତରୁ ୧୩୬ କ୍ୟାଲୋରୀ ଆମ ଶରୀରକୁ ମିଳିଥାଏ। ଆମେ ଯେତେବେଳେ ଏହାକୁ ଏକା ସାଙ୍ଗରେ ଖାଇଥାଉ ଶରୀରକୁ ଆବଶ୍ୟକତା ଠାରୁ ଅଧିକ କ୍ୟାଲୋରୀ ମିଳିଥାଏ। ଫଳରେ ଅଧିକ କ୍ୟାଲୋରୀଳଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ଏହା ହଜମ ହେବା ପାଇଁ ମଧ୍ୟ ଅଧିକ ସମୟ ଲାଗିଥାଏ। ଯାହା ଦ୍ୱାରା ଆମ ପାଚନତନ୍ତ୍ର ଉପରେ ମଧ୍ୟ ଖରାପ ପ୍ରଭାବ ପଡ଼ିଥାଏ। ଆଉ ପାଚନତନ୍ତ୍ର ଧିରେ ଧିରେ ଦୁର୍ବଳ ହେବାକୁ ଲାଗିଥାଏ। 

ଆମେ ଅଧିକ ପରିମାଣରେ ଜଙ୍କଫୁଡ୍ ବା ବାହାର ଖାଦ୍ୟ ଖାଇବା ଦ୍ୱାରା ମୋଟା ହେବାର ଆଶଙ୍କା ଥାଏ ବୋଲି ବିଶ୍ୱାସ କରୁ। କିନ୍ତୁ ଭାତ ସହ ରୁଟି ଖାଇଲେ ମୋଟା ହେବାର ଆଶଙ୍କା ମଧ୍ୟ ଥାଏ। ଶରୀରରେ ଅଧିକ କ୍ୟାଲୋରୀ ଏକାଠି ହୋଇ ଫ୍ୟାଟ୍‌ ବଢ଼ାଇଥାଏ। ଆପଣ ଯଦି ଭାତ ସହ ରୁଟି ଖାଉଛନ୍ତି ତା’ହାଲେ ଏହାକୁ ବନ୍ଦ କରନ୍ତୁ। 

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁସାରେ ରାତିରେ ଏଭଳି ଖାଦ୍ୟ ଖାଆନ୍ତୁ ଯାହା ସହଜରେ ହଜମ ହେଉଥିବ। ରାତିରେ ଭାତ ଖାଇବା ଦ୍ୱାରା ଆମକୁ ନିଦ କମ୍‌ ଆସେ। ପାଚନ କ୍ରିୟା ପ୍ରଭାବିତ ହୋଇଥାଏ। ଏହି ଅଭ୍ୟାସ ଯଦି ଲାଗି ରହେ ତା’ହେଲେ ଶରୀରରେ ମୋଟାପଣ ବୃଦ୍ଧି ହୋଇଥାଏ। 

ଡାଇବେଟିସ୍‌ ଏବଂ ଶ୍ୱାସ ରୋଗୀ ଭାତ ଖାଇବା ଉଚିତ ନୁହେଁ। ଭାତ ହଜମ ହେବା ପାଇଁ ଅଧିକ ସମୟ ଲାଗିଥାଏ। ଏହା ଦ୍ୱାରା ପେଟ ଫୁଲିବା ସମସ୍ୟା ମଧ୍ୟ ଉପୁଜିପାରେ। 

ମତାମତ ଦିଅନ୍ତୁ ।