ଏକତରଫା ପ୍ରେମରୁ ହତ୍ୟାକାଣ୍ଡ: ପଥର ଖୋଲରୁ କଙ୍କାଳ ଉଦ୍ଧାର

ରାୟଗଡ଼ା : ଏକତରଫା ପ୍ରେମକୁ କେନ୍ଦ୍ର କରି କନ୍ଧମାଳ ଜିଲ୍ଲାର କୁଟଗଡ ଗ୍ରାମର ମନୋରଂଞ୍ଜନ ବଳିଆରସିଂଙ୍କୁ ହତ୍ୟା। ଘଟଣାର ୩ ମାସ ପରେ ପଥର ଖୋଲରୁ ପୋଲିସ କଙ୍କାଳ ଉଦ୍ଧାର କରିଛି। ଏହି ଅଭିଯୋଗରେ ୩ ଜଣଙ୍କୁ ଚନ୍ଦ୍ରପୁର ପୋଲିସ୍‌ ଗିରଫ କରି କୋର୍ଟ ଚାଲାଣ କରିଛି।

ଖବର ଅନୁଯାୟୀ ମନୋରଂଞ୍ଜନ ୩ ମାସ ହେଲା ନିଖୋଜ ଥିଲେ। ତାଙ୍କ ଭାଇ ବିଷମକଟକ ଥାନାରେ ଅଭିଯୋଗ କରିବା ପରେ ବିଷମ କଟକ ଓ ଚନ୍ଦ୍ରପୁର ଥାନା ପୋଲିସ୍ ଘଟଣାର ଖୋଳତାଡ୍ ଆରମ୍ଭ କରିଥିଲେ। ୩ ଜଣଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତମାନେ ପ୍ରଥମେ ଦେଶୀ ବନ୍ଧୁକରୁ ମନୋରଂଞ୍ଜନଙ୍କୁ ଗୁଳି କରିଥିଲେ। ଏହା ପରେ ଏକ ଧାରୁଆ ଅସ୍ତ୍ରରେ ତାଙ୍କୁ ବିଭତ୍ସ୍ୟ ଭାବେ ହତ୍ୟା କରି ମୃତଦେହକୁ ପାହାଡ ପଥର ଖୋଲରେ ଚାପି ଦେଇଥିଲେ।

ବିଷମକଟକ ବ୍ଲକ୍ ସିନ୍ଧିପଙ୍କା ଗ୍ରାମର ନକୁଳ ଦଣ୍ଡସେନାଙ୍କ ଭଉଣୀକୁ ମନୋରଂଞ୍ଜନ ଏକତରଫା ପ୍ରେମ କରୁଥିଲେ। ତାଙ୍କୁ ଦେଖା କରିବାକୁ ବାରମ୍ବାର ଯାଉଥିଲେ। ଏହାକୁ ନକୁଳଙ୍କ ପରିବାର ବିରୋଧ କରୁଥିବା ବେଳେ ଶେଷରେ ରାସ୍ତାରୁ ହଟାଇ ପାଇିଁ ଯୋଜନା କରିଥିଲେ।

ମତାମତ ଦିଅନ୍ତୁ ।