ଏକ୍ସପାରୀ ମଦ ବିକ୍ରି ଧରାପଡିଲା

ବ୍ରହ୍ମପୁର : ବ୍ରହ୍ମପୁର ସହରରେ ଏକ୍ସପାରୀ ମଦ ବିକ୍ରି ହେଉଥିବା ଅଭିଯୋଗ ହେଉଥିଲା। ଏହାର ସତ୍ୟତା ଜାଣିବା ପାଇଁ ମଦ ଦୋକାନକୁ ଯାଇଥିଲେ ଏଡିଏମ୍ ଶ୍ୱେତ ଦାସ। ଧାଡ଼ିରେ ଛିଡ଼ା ହୋଇ ମଦ କିଣିଲେ। ମାତ୍ର ଦେଖିବାକୁ ପାଇଲେ କିଣିଥିବା ମଦର ଅବଧି ସରିଯାଇଛି। ଅଭିଯୋଗର ସତ୍ୟତା ଜାଣିବା ପରେ ମଦ ଦୋକାନରେ ଚଢ଼ଉ ହୋଇଛି। ଅବକାରୀ ବିଭାଗ ଓ ପୋଲିସ୍ ଅଧିକାରୀ ଯାଞ୍ଚ କରିବା ସହ ମଦ ଜବତ କରିଛନ୍ତି। ବିୟର୍ ଅବଧି ସରିଥିବା ଜଣାପଡ଼ିଛି। ଏହାକୁ ଯାଞ୍ଚ କରି ପରବର୍ତ୍ତି ସମୟରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏଡିଏମ୍ ଶ୍ସୂଚନା ଦେଇଛନ୍ତି।

ମତାମତ ଦିଅନ୍ତୁ ।